www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ସନ୍ଦେହରେ କାନ୍ଧ ଦେଲେନି ସାହିଭାଇ, ଶବ ସତ୍କାର କଲେ ମାହାଙ୍ଗା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବ୍ରାହ୍ମଣ ମାଣିଯୋରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ କରୋନା ସଂକ୍ରମଣରେ ମୃତ୍ୟୁ ସନ୍ଦେହ କରି ଶବ ସତ୍କାର ପାଇଁ କେହି ଭାଇସାହି ସମ୍ପର୍କୀୟ ସହଯୋଗ କଲେନି, କେବଳ ତାଙ୍କର ଏକମାତ୍ର ପୁଅକୁ ଛାଡ଼ି କାନ୍ଧ ଦେବାକୁ ସାହସ କଲେନୀ ଭାଈ ବନ୍ଧୁ ଆତ୍ମୀୟ ସ୍ୱଜନ କି ସାହିଭାଇ। ଖବର ପାଇଁ ଏହିମୃତ ବ୍ୟକ୍ତିଙ୍କ ଶବ ଦାହ ପାଇଁ ଆଗେଇ ଆସିଥିଲେ ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ। ଏଭଳି ଅଭାବନୀୟ ଘଟଣା ସମୟରେ ସହଯୋଗର ହାତ ବଢ଼ାଇ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମହନୀୟ କାର୍ଯ୍ୟ କରି ସାଧାରଣରେ ପ୍ରଶଂସିତ ହୋଇଥିବାବେଳ ଅନ୍ୟ ମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ।

ପାଇକରାପୁର ପଂଚାୟତ ବ୍ରାହ୍ମଣ ମାଣିଯୋରୀ ଗ୍ରାମର କିଶୋର ଚନ୍ଦ୍ର ଜେନା ପୁରୀରେ ଏକ ହୋଟେଲରେ କାର୍ଯ୍ୟ କରନ୍ତି। ଗତ ୨୦ ତାରିଖ ଦିନ ଦେହ ଅସୁସ୍ଥ ହେବାରୁ ଘରକୁ ଚାଲି ଆସି ଥିଲେ। ୨୩ ତାରିଖ ଦିନ ଦେହ ଅଧିକ ଅସୁସ୍ଥ ହେବାରୁ ମାହାଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯିବା ସହ ଚିକିତ୍ସା ପରେ ଘରକୁ ଆସିଥିଲେ। କିନ୍ତୁ ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ କିଶୋରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁକୁ ନେଇ କରୋନା ସନ୍ଦେହରେ ସମ୍ପର୍କୀୟ ଓ ସାଇ ଭାଇ, ଆତ୍ମୀୟ ସ୍ୱଜନମାନେ ଶବ ସତ୍କାର ପାଇଁ କାନ୍ଧ ଦେବାକୁ ସାହାସ କରି ନଥିଲେ। ଦୀର୍ଘ ସମୟ ଧରି ଶବ ପଡ଼ିରହିବା ଫଳରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ବ୍ଲକ ଓ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ। ଏହି ଖବର ପାଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ବିତ୍ତପରିଚାଳକ ସନ୍ତୋଷ ଶତପଥୀ ଓ ତାଙ୍କ ଟିମ ମୃତକଙ୍କ ଗାଁରେ ପହଞ୍ଚି ଶବ ସତ୍କାର କରିଥିଲେ। ଅନ୍ୟ ପଟରେ ଗୁଜବ ଓ ସନ୍ଦେହ ଠାରୁ ଦୂରେଇ ରହିବା ସହ କରୋନା ପ୍ରତି ସଚେତନ ହେବାକୁ ଆହ୍ଵାନ ଦେବା ସହ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିଥିବା ତିନି ଜଣ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ବାସ୍ଥ୍ୟ କର୍ମଚାରୀଙ୍କ ଏଭଳି ମହନୀୟ କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories