www.samajalive.in
Friday, December 12, 2025
15.1 C
Bhubaneswar

ମାହାଙ୍ଗାକୁ ଫେରିଲା ପାଗଳ ହାତୀ, ନିଶ୍ଚନ୍ତକୋଇଲିରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

କୁଆଁପାଳ: ଛଅ ସାତ ଦିନ ଦିନ ପୂର୍ବରୁ ଯାଜପୁର ବୈରି ଜଙ୍ଗଲ ଅଂଚଳରୁ ଏକ ମାଇ ହାତୀ ମାହାଙ୍ଗା ନିଶ୍ଚନ୍ତକୋଇଲି ଅଂଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଜଣେ ଵୃଦ୍ଧଙ୍କୁ ଦଳି ଚକଟି ମାରିଦେଇଛି। ବନ ବିଭାଗ କର୍ମଚାରୀମାନେ ୬ ଦିନ ପୂର୍ବରୁ ହାତୀଟିକୁ ଘଉଡ଼ାଇ ଯାଜପୁର ଜିଲ୍ଲା ଧନମଣ୍ଡଳ ତେଲିଗଡ ଜଙ୍ଗଲକୁ ନେଇଯାଇଥିଲେ ତେବେ ହାତୀଟି ପୁନର୍ବାର ଆଜି ଯାଜପୁର ଜିଲ୍ଲାରୁ ବଡଚଣା ଦେଇ ଡେରାବିଷ ଓ ମାହାଙ୍ଗା ବ୍ଲକରେ ପଶି କୁରୁଜଙ୍ଗା ଗ୍ରାମ ଧାନ କ୍ଷେତରେ ଉତ୍ପାତ କରିବା ସହ କଟିକଟା ଅଭିମୁଖେ ପଳାଇଥିଲା। କଟିକଟା ରାମ ରାଙ୍ଗ ଗ୍ରାମର ଭାଗବତ ବେହେରାଙ୍କ ଫାଟକ ଦେଇ ଭିତରକୁ ପ୍ରବେଶ କରିବା ସହ ବାଡ଼ିରେ ଘାସ ସଫା କରୁଥିବା ବୃଦ୍ଧ ଭାଗବତ (୮୭)ଙ୍କୁ ଗୋଡ଼ରେ ଦଳି ଚକଟି ମାରିଦେଇ ପଳାଇଥିଲା।

- Advertisement -

ହାତୀଟି ଦୀର୍ଘ ଏକ ସପ୍ତାହ ଧରି ପଲ ଛାଡି ବାହାରେ ବୁଲିବା ଦ୍ୱାରା ପ୍ରାୟ ପାଗଳ ପରି ହୋଇ ଧାନ ବିଲ ପାଟରେ ଫସଲ ହାନି କରିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡାଉଛି। ହାତୀଟି ଏବେ ନିଶ୍ଚନ୍ତକୋଇଲି ଅଂଚଳରେ ଘୁରି ବୁଲୁଥିବା ବେଳେ ଧନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି, ତେବେ ବନ ବିଭାଗ କର୍ମଚାରୀ କି ଅଧିକାରୀଙ୍କ ଦେଖା ମିଳୁ ନ ଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories