ଫେବୃଆରୀ ୨୧, ମହାଶିବରାତ୍ରୀ। ଏହି ଦିନ ପ୍ରଭୁ ଶଙ୍କରଙ୍କର ନୀତିନିୟମ ପୂର୍ବକ ବିଶେେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଭୁ ଶିବଶଙ୍କରଙ୍କର ବହୁ ନାମ ଓ ସ୍ୱରୂପ ରହିଛି। ପ୍ରତ୍ୟେକ ନାମର ନିର୍ଦ୍ଦିଷ୍ଟ ମହିମା ସହ ବିଶେଷ ଶକ୍ତି ମଧ୍ୟ ରହିଛି। ଏହି ଶକ୍ତି ସମସ୍ତ ସମସ୍ୟାକୁ ଦୂର କରି ବ୍ୟକ୍ତି ଜୀବନରେ ସୁଖ ଭରି ଦେଇଥାଏ। ଜାଣନ୍ତୁ ପ୍ରଭୁଙ୍କର ବିଭିନ୍ନ ନାମ ଓ ଏହାର ମହତ୍ତ୍ୱ….
ମହେଶ୍ୱର ନାମର ମହତ୍ତ୍ୱ –
ବ୍ୟବସାୟରେ ଉନ୍ନତି ପାଇଁ ଆପଣ ପ୍ରଭୁଙ୍କର ମହେଶ୍ୱର ନାମର ଜପ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଆଶୁତୋଷ ନାମର ମହତ୍ତ୍ୱ –
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ପ୍ରଭୁଙ୍କର ଆଶୁତୋଷ ନାମର ଜପ କରନ୍ତୁ। ସକାଳ ସମୟରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଯଥାସମ୍ଭବ ଏହି ନାମକୁ ଜପ କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଶ୍ୱମ୍ଭର ନାମର ମହତ୍ତ୍ୱ –
କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବିଶ୍ୱମ୍ଭର ନାମକୁ ଜପ କରନ୍ତୁ।
ଏହି ନାମକୁ ପ୍ରତ୍ୟେକ ସମୟରେ ଆପଣ ଜପ କରନ୍ତୁ, ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
ମହାଦେବ ନାମର ମହତ୍ତ୍ୱ –
ସକାଳ ସମୟରେ ସ୍ନାନ କରିବା ପରେ ମହାଦେବଙ୍କ ମନ୍ଦିରକୁ ଯାଇ ଜଳ ଅର୍ପର୍ଣ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ମହାଦେବ ନାମକୁ ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସ୍ୱାସ୍ଥ୍ୟବାନ ରହିବେ।
ମହାଦେବଙ୍କ ବିଭିନ୍ନ ନାମର ଭିନ୍ନ ମହତ୍ତ୍ୱ
Popular Categories



