www.samajalive.in
Sunday, December 7, 2025
23.1 C
Bhubaneswar

ରିଲିଜ୍‍ ହେଲା ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର

ମୁମ୍ବଇ : ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ୍‍ ଇନ୍‍ ଚାଇନା’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ମିଖିଲ ମୁଶଲେଙ୍କ ନିର୍ଦ୍ଦେଶିତ ଏହି କମେଡ଼ି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଟ୍ରେଲରକୁ ଲୋକେ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଲୋକେ ଭଲ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ୨ ମିନିଟ୍‍ ୩୫ ସେକେଣ୍ଡର ଏହି ଟ୍ରେଲରରେ ଭରପୁର ମନୋରଞ୍ଜନର ଖୋରାକ ରହିଛି। ଚଳଚ୍ଚିତ୍ରରେ ମୌନୀ ରାଜକୁମାରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ଅମାୟରା ଦସ୍ତୁର, ପରେଶ ରାୱଲ, ବୋମନ ଈରାନୀ, ଗଜରାଜ ରାଓ ଓ ସୁମିତ ବ୍ୟାସ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories