www.samajalive.in
Saturday, December 13, 2025
27.1 C
Bhubaneswar

ଦେଶବାସୀଙ୍କୁ ଦୈନିକ କରୋନା ସୂଚନା ଦେଉଥିବା ଲଭ୍ ଅଗ୍ରୱାଲଙ୍କ ରିପୋର୍ଟ ପଜିଟିଭ୍

ଦେଶବାସୀଙ୍କୁ ଦୈନିକ ଦେଶରେ କରୋନା ସଂକ୍ରମଣ ସଂକ୍ରାନ୍ତରେ ସୂଚନା ଦେଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ନିଜେ କରୋନା ପୀଡ଼ିତ ହୋଇଛନ୍ତି । ଶୁକ୍ରବାର ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ଟ୍ବିଟ୍ କରି ନିଜେ ଶ୍ରୀ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି ।
ସେଥିରେ ସେ ଲେଖିଛନ୍ତି ଯେ- ଡ଼ିୟର ଅଲ୍, ଆପଣମାନଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍ ହୋଇଛି । ଏଥିପାଇଁ ଆଇସୋଲେସନରେ ରହୁଛି । ମୋର ସବୁ ବନ୍ଧୁ ଓ ସହଯୋଗୀଙ୍କୁ ଅନୁରୋଧ କରୁଛି ସେମାନେ ନିଜର ଦେଖାଶୁଣା କରନ୍ତୁ ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ଗୋଟିଏ କାର ବ୍ୟବହାର କରୁଥିଲେ । ସେହିପରି ସ୍ବାସ୍ଥ୍ୟ ସଚିବ ଗତ କାଲି ଅର୍ଥାତ୍ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନଙ୍କ ସହ ବୈଠକ କରିଥିଲେ । ଯେଉଁ ବୈଠକରେ ନୀତି ଆୟୋଗ ସିଇଓ ମଧ୍ୟ ଉପସ୍ଥିତ ଥିଲେ । କୁହାଯାଉଛି ଯେ ଲଭ୍ ଅଗ୍ରୱାଲ ପଜିଟିଭ୍ ରହିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ କ୍ବାରେଣ୍ଟାଇନରେ ରହିବେ । ଲଭ୍ ଅଗ୍ରୱାଲଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା, ତଥାପି ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories