ବଢିଲା ବ୍ୟବସାୟିକ ଗ୍ୟାସର ମୂଲ୍ୟ
ନୂଆଦିଲ୍ଲୀ : ଚଳିତ ବର୍ଷର ଶେଷ ମାସ ଡିସେମ୍ବର ୧ ତାରିଖରେ ଏକ ଝଟକା ଲାଗିଛି। ସରକାରୀ ତୈଳ କମ୍ପାନୀ ଗୁଡିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି।
ତୈଳ କମ୍ପାନୀ ଦ୍ୱାରା ଦାମ ବୃଦ୍ଧି ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୦୦.୫୦ ଟଙ୍କା ପ୍ରତି ସିଲିଣ୍ଡର ବୃଦ୍ଧି ହୋଇ ଏହା ୨୧୦୧ ଟଙ୍କା ହୋଇ ଯାଇଛି।
ଏହାସହ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦିଲ୍ଲୀ ଓ ମୁମ୍ବଇରେ ୧୪.୨ ଘରୋଇ ସିଲିଣ୍ଡରର ମୂଲ୍ୟ ୮୯୯.୫୦ ଟଙ୍କା ରହିଛି। କଲକାତାରେ ୯୨୬ ଟଙ୍କା ଓ ଚେନ୍ନାଇରେ ୯୧୫.୫୦ ଟଙ୍କା ରହିଛି।
Comments are closed.