ଭୁବନେଶ୍ବର : ସୋମବାରଠାରୁ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ଘଟାଇଛନ୍ତି। ଏଥିଯୋଗୁ ରାଜ୍ୟରେ ଏଲ୍ପିଜି ସିଲିଣ୍ଡର ମହଙ୍ଗା ହୋଇଛି। ତେବେ ଦେଶର ମେଟ୍ରୋ ସହରଗୁଡିକରେ ଏହା ସିଲିଣ୍ଡର ପିଛା ୧୧ ଟଙ୍କା ୫୦ ପଇସାରୁ ୩୭ ଟଙ୍କା ଯାଏ ବୃଦ୍ଧି ଘଟିଛି। ରାଜଧାନୀ ଭୁବନେଶ୍ବରରେ ରନ୍ଧନ ଗ୍ୟାସ୍ (୧୪.୨ କେଜି) ଦର ସିଲିଣ୍ଡର ପିଛା ୨୬ ଟଙ୍କା ୫୦ ପଇସା ବଢ଼ିଛି। ପୂର୍ବରୁ ଦର ସିଲିଣ୍ଡର ପିଛା ୫୯୨ ଟଙ୍କା ୫୦ ପଇସା ରହିଥିବାବେଳେ ଏବେ ଏଥିରେ ବୃଦ୍ଧି ଘଟି ୬୧୯ ଟଙ୍କା ହୋଇଛି। କଟକରେ ମଧ୍ୟ ଦର ସିଲିଣ୍ଡର ପିଛା ୬୧୯ ଟଙ୍କା ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ସମ୍ପ୍ରତି ଆଇଓସି, ଏଚ୍ପିସି ଏବଂ ବିପିସି ଭଳି ତିନି ରାଷ୍ଟ୍ରାୟତ୍ତ କମ୍ପାନୀର ଏଲ୍ପିଜି ଉପଭୋକ୍ତା ସଂଖ୍ୟା ୮୮ ଲକ୍ଷ ରହିଛି। କେବଳ ଉଜ୍ଜଳା ଯୋଜନା ଅନ୍ତର୍ଗତ ୪୩.୭ ଲକ୍ଷ ଉପଭୋକ୍ତା ରହିଛନ୍ତି।



