www.samajalive.in
Sunday, December 14, 2025
19.1 C
Bhubaneswar

ଏଲ୍‍ପିଜି ଦର ବଢ଼ିଲା, ତେଲ କମିଲା

ନୂଆଦିଲ୍ଲୀ: ଶୁକ୍ରବାର ପେଟ୍ରୋଲ୍‍ ଓ ଡିଜେଲ୍‍ ଦରରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ଏଲ୍‍ପିଜି ମହଙ୍ଗା ହୋଇଛି। ଅଣସବ୍‍ସିଡିଯୁକ୍ତ ଏଲ୍‍ପିଜି ସିଲିଣ୍ଡରରେ ୭୭ ଟଙ୍କା ଓ ସବ୍‍ସିଡିଯୁକ୍ତ ସିଲିଣ୍ଡରରେ ୨.୨୦ ଟଙ୍କା ବୃଦ୍ଧି ଘଟିଛି। ତୈଳ ବିତରଣ କମ୍ପାନୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ୍‍ ଓ ଡିଜେଲ ଦରରେ ହ୍ରାସ ଘୋଷଣା କରିଛନ୍ତି। ଶୁକ୍ରବାର ଦିନ ପେଟ୍ରୋଲ୍‍ ଲିଟର ପିଛା ୭ ପଇସା ଓ ଡିଜେଲ୍‍ ଲିଟର ପିଛା ୫ ପଇସା ହ୍ରାସ ପାଇଛି। ଆଜିର ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ୍‍ ଲିଟର ପିଛା ଦର ୭୩.୬୭ ଟଙ୍କା ହୋଇଛି। ଅନ୍ୟ ମେଟ୍ରୋ ସିଟିଗୁଡ଼ିକ ମଧ୍ୟରେ କୋଲକତାରେ ପେଟ୍ରୋଲ୍‍ ଲିଟର ପିଛା ଦର ୮୦.୯୨ ଟଙ୍କା, ମୁମ୍ବଇରେ ୮୬.୧୦ ଟଙ୍କା, ଚେନ୍ନଇରେ ୮୧.୨୮ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ୍‍ ମୂଲ୍ୟ ଦିଲ୍ଲୀରେ ୭୧.୭୫ ଟଙ୍କା, ମୁମ୍ବଇରେ ୭୩.୬୭ ଟଙ୍କା ଓ ଚେନ୍ନଇରେ ୭୩.୦୬ ଟଙ୍କା ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories