www.samajalive.in
Saturday, December 6, 2025
23.1 C
Bhubaneswar

ହାତରେ କୁରାଢୀ ଧରି ମଣ୍ଡପରେ ପହଞ୍ଚିଲା ପ୍ରେମିକ, ବର ସାମ୍ନାରେ କନ୍ୟା ମଥାରେ ଦେଲା ସିନ୍ଦୁର

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଖୋରାବାର ଥାନା ଅଧିନସ୍ଥ କୁସହ୍ମୀ ବଜାରରେ ଗତ ରାତିରେ ସିନେମା ଷ୍ଟାଇଲରେ ଜଣେ ପ୍ରେମିକ ମଣ୍ଡପରେ ପହଞ୍ଚି ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଛି, ଯାହା ସମ୍ପୃକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, କୁସହ୍ମୀ ବଜାର ନିବାସୀ ସୁଦାମା ବିଶ୍ୱକର୍ମାଙ୍କ ଝିଅର ବିବାହ ଦେଓରିଆ ଜିଲା ଛପରୌଲୀ ନିବାସୀ ଦୀପଚନ୍ଦ ବିଶ୍ୱକର୍ମାଙ୍କ ପୁଅ ଶିବ ନାଥ ବିଶ୍ୱକର୍ମାଙ୍କ ସହ ଠିକ୍ ହୋଇଥିଲା। ବୁଧବାର ବର ସହ ବରଯାତ୍ରୀ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟା ସମୟରେ ବରମାଳା ପାଇଁ ଉଭୟ ବର ଓ କନ୍ୟା ଷ୍ଟେଜ ଉପରେ ଚଢିଥିଲେ। ଏହି ସମୟରେ ବରୌଲୀ ନିବାସୀ କନ୍ୟାର ପ୍ରେମିକ ଗୋଲୁ ବିଶ୍ୱକର୍ମା ସେଠାରେ ପହଞ୍ଚିଥିଲେ। ଗୋଲୁ ସିନେମା ଷ୍ଟାଇଲରେ ଗୋଟିଏ ହାତରେ କୁରାଢୀ ଆଉ ଗୋଟିଏ ହାତରେ ସିନ୍ଦୁର ଧରି ଷ୍ଟେଜ୍ ଉପରେ ଚଢିଥିଲେ। କେହି କିଛି ବୁଝିବା ଆଗରୁ ବର ସାମ୍ନାରେ ଗୋଲୁ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇ ଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ଚକିତ ହୋଇଯାଇଥିଲେ। ଏହାପରେ କନ୍ୟା ପରିବାର ଲୋକ ପ୍ରେମିକ ଗୋଲୁଙ୍କୁ ଧରି ନେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଫଳରେ ଗୋଲୁ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ପ୍ରେମିକକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ଏହାପରେ ବର ପକ୍ଷ କନ୍ୟାକୁ ନେବା ପାଇଁ ରାଜି ହୋଇ ନ ଥିଲେ। କିନ୍ତୁ ରାତି ସାରା ଅନେକ ଆଲୋଚନା ହେବା ପରେ ଶେଷରେ ବର ପକ୍ଷ ରାଜି ହୋଇଥିଲେ ଏବଂ ବିବାହର ସମସ୍ତ ରୀତି ନୀତି ସମ୍ପୂର୍ଣ୍ଣ କରି କନ୍ୟାକୁ ସାଥିରେ ନେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories