www.samajalive.in
Saturday, December 6, 2025
16.1 C
Bhubaneswar

ଲଭ୍ ଜିହାଦ ଆଇନରେ ମୋହର ମାରିଲେ ମଧ୍ୟପ୍ରଦେଶର ଶିବରାଜ ସରକାର, ଅଭିଯୋଗ ପ୍ରମାଣିତ ହେଲେ ୧୦ ବର୍ଷ ଜେଲ୍

ଭୋପାଳ : ଲଭ୍ ଜିହାଦକୁ  ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’ କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଛି। ଡିସେମ୍ବର ୨୮ ରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ବିଧାସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍ ପାରିତ ହେବ। ଏହି ଆଇନରେ ୧୯ଟି ପ୍ରାବଧାନ ରହିଛି । ଏଥିରେ ଉଲ୍ଲେଖ ରହିଛି ଯେ, ଯଦି ଧର୍ମ ପରିବର୍ତ୍ତନ ମାମଲାରେ ପୀଡିତର ପରିବାର ଅଭିଯୋଗ କରନ୍ତି ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କାହା ବିରୋଧରେ ନାବାଳିକା, ଅନୁସୂଚୀତ ଜାତି ବା ଜନଜାତିର ଝିଅଙ୍କୁ ପ୍ରଲୋଭିତ କରି ବିବାହ କରାଯିବା ଅଭିଯୋଗ ଆସେ ତେବେ ଅଭିଯୁକ୍ତକୁ ୧୦ ବର୍ଷ ପାଇଁ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।


ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ନୂତନ ବିଲ୍ ଅନୁଯାୟୀ କାହାକୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଗଲେ ଅଭିଯୁକ୍ତକୁ ଏକ ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ  ଏବଂ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ। ସେ କହିଛନ୍ତି ଯେ ଏହି ବିଲ୍‌ରେ ମଧ୍ୟ ନାବାଳିକା, ମହିଳା କିମ୍ବା ଏକ ଅନୁସୂଚିତ ଜାତି କିମ୍ବା ଜନଜାତିର ବ୍ୟକ୍ତିଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଗଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦୁଇ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବାର ପ୍ରାବଧାନ ରହିଛି। ଆଇନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି କେହି ଧନ ଓ ସମ୍ପତ୍ତି ଲୋଭରେ ଧର୍ମ ଲୁଚାଇ ବିବାହ କରେ ତାହାଲେ ସେହି ବିବାହକୁ ଗ୍ରହଣ କରାଯିବ ନାହିଁ ।

- Advertisement -

ଏହାପୂର୍ବରୁ ଉତ୍ତର ପ୍ରଦେଶ କ୍ୟାବିନେଟରେ ନଭେମ୍ବରରେ ଲଭ୍ ଜିହାଦ ବିରୋଧୀ ଅଧ୍ୟାଦେଶ ପାସ୍ ହୋଇଥିଲା । ଅଧ୍ୟାଦେଶ ଅନୁସାରେ, କିଛି ଉଦ୍ଦେଶ୍ୟ ରଖି ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷର ଜେଲଦଣ୍ଡ ମିଳିବ । ୟୁପି ସରକାର ଲଭ-ଜିହାଦ ଉପରେ ନୂଆ ଆଇନ ଆଣିବେ ବୋଲି କହିଥିଲେ । ଲୋଭ, ଚାପ ତଥା ଧମକ ଦେଇ ବିବାହ କରିବା ଘଟଣା ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories