www.samajalive.in
Saturday, December 6, 2025
19.1 C
Bhubaneswar

ଗଣେଶଙ୍କୁ ପୂଜା କରିବା ସମୟରେ ତାଙ୍କ ପିଠିପଟକୁ ଦର୍ଶନ କରିବା ଉଚିତ ନୁହେଁ

ବିଘ୍ନହର୍ତ୍ତାଙ୍କ ନାମରେ ପୂଜା ପାଉଥିବା ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା ବୁଧବାର ଦିନ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। କିଛି ସରଳ ଉପାୟ ତଥା ବିଧି ଦ୍ୱାରା ଆମେ ପ୍ରଭୁ ଗଣେଶଙ୍କୁ ପୂଜା କରି ପ୍ରସନ୍ନ କରିପାରିବା। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ
ପ୍ରଭୁ ଗଣେଶଙ୍କୁ ପ୍ରଥମେ ଲାଲ ସିନ୍ଦୂର ଅର୍ପଣ କରନ୍ତୁ।
ଏହା ପରେ ପ୍ରଭୁଙ୍କୁ ଦୂବ ଅର୍ପଣ କରନ୍ତୁ।
ଘିଅର ଦୀପ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଦୀପର ତଳେ ଅଳ୍ପ ଚାଉଳ ରଖନ୍ତୁ।
ଗଣେଶଙ୍କୁ ପୂଜା କରିବା ସମୟରେ ତାଙ୍କ ପିଠିପଟକୁ ଦର୍ଶନ କରିବା ଉଚିତ ନୁହେଁ। କାରଣ ତାଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ।
ପାନର ପତ୍ରରେ ସ୍ୱସ୍ତିକ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ।
ପ୍ରଭୁ ଗଣେଶଙ୍କୁ ମକ୍କାର ଦାନା ଅର୍ପଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତିର ଅଭାବ ହୋଇନଥାଏ।
ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ୍ ପ୍ରିୟ ଅଟେ। ତେଣୁ ତାଙ୍କ ନିକଟରେ ମୋଦକ ଭୋଗ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଗଣେଶଙ୍କ ଭୋଗରେ ତୁଳସୀପତ୍ରର ପ୍ରୟୋଗ କରନ୍ତୁ ନାହିଁ।
ଯେକୌଣସି କାର୍ୟ୍ୟର ପ୍ରାରମ୍ଭରେ ଆମେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରିଥାଉ।ଏହା ଦ୍ୱାରା କାର୍ୟ୍ୟ ସହଜରେ ସମାପନ ହେବା ସହ ସମସ୍ତ ବାଧା ବିଘ୍ନ ଦୂରେଇଯାଇଥାଏ। ପ୍ରଭୁ ଗଣେଶଙ୍କ କୃପା ରହିଲେ ଗୃହରୁ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।
ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ଲଡ଼ୁ ହେଉ ଅଥବା ମୋଦକ ହେଉ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇଲେ ,ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ।
ଶିବଙ୍କୁ ପ୍ରତି ସୋମବାରରେ ବେଲପତ୍ର ଚଢାଇଲେ ମଧ୍ୟ ଗଣେଶଙ୍କ ବିଶେଷ କୃପା ରହିଥାଏ।
ଗୃହରେ ରଖିଥିବା ଗଣେଶଙ୍କର ମୁଖ ଦକ୍ଷିଣ ଆଡ଼କୁ ରଖିବା ଉଚିତ ନୁହେଁ।
ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ମୂର୍ତ୍ତି ରହିବା ଆବଶ୍ୟକ। ଏହା ଦ୍ୱାରା ସମସ୍ତ ସଫଳତା ମିଳିବା ସହ,ଗୃହରେ ଆନନ୍ଦର ପରିବେଶ ଓ ଧନ ବୃଦ୍ଧି ହୋଇଥାଏ।
ସିନ୍ଦୁର ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଗୃହରେ ପୂଜା କଲେ ଖୁବ ମଙ୍ଗଳ ହୋଇଥାଏ। ଶିକ୍ଷା କ୍ଷେତ୍ରରେ ଅ୍‍ଧିକ ଉନ୍ନତି ହୋଇଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories