ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଏମଆଇଜି ହାଉସିଂବୋର୍ଡ ରାସ୍ତାରେ ଗତକାଲି ରାତ୍ର ପ୍ରାୟ ସାଢ଼େ ୮ଟା ସମୟରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଗତକାଲି ରାତ୍ର ସାଢ଼େ ୮ଟା ସମୟରେ ସେହି ଅଞ୍ଚଳରେ ରହୁଥିବା ଏନ୍.ନାରକାଆମ୍ମା କ୍ଷୀର କିଣିବାକୁ ନିକଟରେ ଥିବା ଦେକାନକୁ ଆସିଥିଲେ। ସେହି ସମୟରେ ଏକ ବାଇକରେ ତିନି ଜଣ ଯୁବକ ଆସି ତାଙ୍କ ବେକରୁ ୩ ତୁଳା ଓଜନର ସୁନା ଚେନ୍ ଝାମ୍ପି ବ୍ରହ୍ମପୁର ଅଭିମୁଖେ ଚାଲି ଯାଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭି‌ଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ୨୬୦/୨୪ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି ।

Comments are closed.