www.samajalive.in
Saturday, December 6, 2025
15.1 C
Bhubaneswar

ବ୍ୟାଙ୍କ ଲୁଟ ଉଦ୍ୟମ ବିଫଳ

ସାକ୍ଷୀଗୋପାଳ :  ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ବଜାର ଚନ୍ଦନ ପୋଖରୀ ନିକଟରେ ଅବସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଅଳଗୁମ ଶାଖାରୁ ଗତକାଲି ରାତ୍ରିରେ ଲୁଟ ଉଦ୍ୟମ ହୋଇଥିଲା । ମାତ୍ର  ଏହି ଲୁଟ ଉଦ୍ୟମ ବିଫଳ ହୋଇଅଛି । ଗତକାଲି ରାତ୍ରୀ ସମୟରେ ଦୁର୍ବୃତ୍ତମାନେ ବ୍ୟାଙ୍କର ଏସି ସ୍ଥାନାନ୍ତର କରି ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ବ୍ୟାଙ୍କ ମଧ୍ୟରେ ଲାଗିଥିବା ସି ସି କ୍ୟାମେରା ଓ କମ୍ପ୍ୟୁଟର ଗୁଡିକୁ ଭାଙ୍ଗି ଦେଇଛନ୍ତି । କୌଣସି ସାମଗ୍ରୀ କିମ୍ବା ନଗଦ ଟଙ୍କା ନେଇ ପାରି ନାହାନ୍ତି ବୋଲି ସତ୍ୟବାଦୀ ଆଇ ଆଇ ସି ଦେବୀ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି । ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ଦେବୀ ପ୍ରସାଦ ପାତ୍ର ସଦଳବଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତଦନ୍ତ ଚାଲୁ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories