www.samajalive.in
Monday, December 8, 2025
24.1 C
Bhubaneswar

ଦୋକାନ ଡ୍ରୟରରୁ ୫୦ ହଜାର ଲୁଟ୍ ଅଭିଯୋଗ, ସିସିଟିଭିରେ ଦୃଶ୍ୟ କଏଦ

ସୋର : ଉତ୍ତରେଶ୍ଵର ବାସନ୍ତୀ ଅଟୋ ପାର୍ଟ ଦୋକାନରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜରେ ଆଧାରରେ ସୋର ପୁଲିସ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ରେମୁଣା ବ୍ଲକ ଜିଡିତାଳର ଅକ୍ଷୟ ବିଶ୍ବାଳ ଉତ୍ତରେଶ୍ଵରରେ ବାସନ୍ତି ଅଟୋ ପାର୍ଟ ଦୋକାନ କରିଛନ୍ତି । ଶୁକ୍ରବାର ସକାଳେ ଦୋକାନ ଖୋଲି ଝାଡୁ ମାରି ପାଣି ଆଣିବାକୁ ଯାଇଥିଲେ । ସେହି ସୁଯୋଗରେ ବାଲେଶ୍ଵର ଫୁଲାଡିର ଜଣେ ଯୁବକ ଦୋକାନରେ ପଶି ଡ୍ରୟର ଖୋଲି ୫ଶହ ଟଙ୍କାର ଏକ ବଣ୍ଡଲ୍ ନେଇ ଫେରାର ହୋଇଯାଇଥିଲା । ଯାହା ସିସିଟିଭିରେ କଏଦ ହୋଇଥିଲା । ସ୍ଥାନୀୟ ଜଣେ ଯୁବକ ଅଭିଯୁକ୍ତକୁ କଲେଜ ଛକରୁ ଧରି ପୁଲିସ ଜିମା ଦେଇଥିଲା । ପୁଲିସ ଅଭିଯୁକ୍ତର ମାମୁଁ ମୁକୁନ୍ଦକୁ ମଧ୍ୟ ଅଟକ ରଖିଛି । ଏହି ମାମଲାରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଏପର୍ଯ୍ୟନ୍ତ ଟଙ୍କା ଉଦ୍ଧାର ହୋଇ ପାରିନାହିଁ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories