www.samajalive.in
Tuesday, December 9, 2025
16.1 C
Bhubaneswar

୨୮ ଥର ନିର୍ବାଚନ ହାରିଲେଣି, ତଥାପି ଆଶା ହରାଇ ନାହାନ୍ତି

ନିର୍ବାଚନରେ ହାରିବା କିମ୍ବା ଜିତିବାରେ ମାନେ ନ ଥାଏ। ନିର୍ବାଚନରେ କେବଳ ପ୍ରତିଦ୍ବନ୍ଦ୍ବିତା କରିବା ହେଉଛି ତାଙ୍କର ନିଶା। ସେ ବିଭିନ୍ନ ନିର୍ବାଚନରେ ୨୮ ଥର ପରାଜୟ ବରଣ କଲେଣି, କିନ୍ତୁ ଏଯାଏ ଆଶା ହରାଇ ନାହାନ୍ତି। ବର୍ତ୍ତମାନ ସେ ୮୪ ବର୍ଷରେ ପାଦ ଦେଇଥିଲେ ମଧ୍ୟ ଆଗକୁ ନିର୍ବାଚନ ଲଢ଼ିବାକୁ ଯୋଜନା ଚଳାଇଛନ୍ତି।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଓଡ଼ିଶାର। ଗଞ୍ଜାମ ଜିଲାରେ ତାଙ୍କ ଘର। ତାଙ୍କ ନାଁ ହେଉଛି କେ. ଶ୍ୟାମାବାବୁ ସୁବୁଦ୍ଧି। ତାଙ୍କ ମତରେ ନିର୍ବାଚନରେ ହାରିବା କି ଜିତିତା ତାଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ନୁହେଁ। କେବଳ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ତାଙ୍କର ଲକ୍ଷ୍ୟ। ୧୯୫୭ରୁ ସେ ନିର୍ବାଚନ ଲଢ଼ିଆସୁଛନ୍ତି ଏବଂ ପ୍ରତିଥର ହାରୁଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେ ପ୍ରସ୍ତୁତି ଚଳାଇଛନ୍ତି। ଆସିକା ଏବଂ ବ୍ରହ୍ମପୁର ଆସନରୁ ସେ ଏଥର ପ୍ରାର୍ଥୀ ହେବାକୁ ଯୋଜନା କରିଛନ୍ତି। ସ୍ବାଧୀନ ଭାବେ ସେ ଏହି ନିର୍ବାଚନ ଲଢ଼ିବେ।

- Advertisement -

୧୯୫୭ରେ ତାଙ୍କ ଯୁବାବସ୍ଥାରେ ସେ ପ୍ରଥମେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ହାରିଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ଥିଲେ ତତ୍କାଳୀନ ମନ୍ତ୍ରୀ ବୃନ୍ଦାବନ ନାୟକ। ଏହା ପରେ ସେ ୧୯୬୨ ଲୋକ ସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ହାରିଥିଲେ। ସେ ୧୦ ଥର ବିଧାନସଭା ନିର୍ବାଚନ ହାରିଛନ୍ତି।

୨୮ ଥର ନିର୍ବାଚନ ହାରିବା ପରେ ଶ୍ୟାମାବାବୁ ବର୍ତ୍ତମାନ ବିଶ୍ଵର ସର୍ବାଧିକ ଥର ନିର୍ବାଚନ ହାରିଥିବା ବ୍ୟକ୍ତି ଭାବେ ଗଣା ହେଉଥିବା ଟାଇମ୍ସ ଅଫ ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହରାଓ, ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ପ୍ରମୁଖଙ୍କଠାରୁ ପରାଜିତ ହୋଇଛନ୍ତି। ସେ ପେଶାରେ ଜଣେ ହୋମିଓପାଥି ଡାକ୍ତର ହୋଇଥିବାବେଳେ ସମସ୍ତ ଅର୍ଜିତ ଧନ ଏଥିରେ ଖର୍ଚ୍ଚ କରିସାରିଛନ୍ତି। ବର୍ତ୍ତମାନ ଲୋକେ ତାଙ୍କୁ ଟଙ୍କା ଦେଉଥିବାରୁ ସେ ନିର୍ବାଚନ ଲଢ଼ୁଛନ୍ତି ଏବଂ ନିଶ୍ଚୟ ଥରେ ବିଜୟ ହାଲସ କରିବେ ବୋଲି ଶ୍ୟାମାବାବୁ କହିଥିବା ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ପ୍ରକାଶ କରିଛି।

ଶ୍ୟାମାବାବୁଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ଅଛନ୍ତି। ସମସ୍ତେ ବିବାହ କରିସାରିଛନ୍ତି। ଗତବର୍ଷ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିସାରିଛି। ପତ୍ନୀ ହିଁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଉତ୍ସାହିତ କରିଆସୁଥିଲେ। ସୁସ୍ଥ ଥିବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ ବୋଲି ଶ୍ୟାମାବାବୁ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories