www.samajalive.in
Saturday, December 13, 2025
23.1 C
Bhubaneswar

ପୂର୍ବ ଶତ୍ରୁତାରୁ ଘରେ ପଶି ଲୁଟ୍‌ ଅଭିଯୋଗ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ପୂର୍ବ ଶତ୍ରୁତା ଲାଗିରହିଥିଲା। ରାଜନଗର ଗ୍ରାମର ପବିତ୍ର ବର୍ମା ଓ ପଡୋଶୀ ସଂଜୟ ବର୍ମାଙ୍କ ମଧ୍ୟରେ ଜାଗାବାଡି ବିବାଦକୁ ନେଇ ବହୁବାର ଗଣ୍ଡଗୋଳ ଓ ବାଡିଆପିଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେମାନେ ଅନେକ ଥର ଏହିଭଳି ଗଣ୍ଡଗୋଳକୁ ନେଇ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ତେବେ ପୁଲିସ କୌଣସି ଠୋସ୍ ପଦକ୍ଷେପ ନେଇନଥିବାରୁ ସେମାନଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଥିଲା। ଏହିପରି ପବିତ୍ରଙ୍କ ପରିବାର ଉପରେ ସଂଜୟଙ୍କ ପରିବାର ପକ୍ଷରୁ ଆକ୍ରମଣ ଓ ଗଣ୍ଡଗୋଳ ଯୋଗୁଁ ପବିତ୍ର ଅନେକ ସମୟରେ ନିଜ ଘରଛାଡି ଅନ୍ୟଆଡେ ଯାଇ ରୁହନ୍ତି। ତେବେ ୩ଦିନ ପୂର୍ବରୁ ପବିତ୍ର ବର୍ମାଙ୍କ ପରିବାର ଉପରେ ସଂଜୟ ବର୍ମାଙ୍କ ପରିବାର ଲୋକ ଆକ୍ରମଣ କରିବାରୁ ପବିତ୍ର ଓ ତାଙ୍କ ପତ୍ନୀ ବାସନ୍ତି ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ସହିତ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଗତକାଲି (ଗୁରୁବାର)ବିଳମ୍ବିତ ରାତିରେ ପବିତ୍ରଙ୍କ ଘରର କବାଟ ଝରକା ଭାଙ୍ଗି ଘରେଥିବା ଏସି, ଫ୍ରିଜ, ସୁନା ଅଳଙ୍କାର ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଥିବା ଜଣାପଡିଛି। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପବିତ୍ର ଓ ତାଙ୍କ ପତ୍ନୀ ବାସନ୍ତି  ପିଲାଛୁଆଙ୍କୁ ଧରି ଡାକ୍ତରଖାନାରୁ ଯାଇ ଘରେ ପହଞ୍ଚି ସବୁ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଦେଖିଥିଲେ। ପବିତ୍ରଙ୍କ ପତ୍ନୀ ବାସନ୍ତି ଏ ସଂପର୍କରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ସଂପୃକ୍ତ ଦୁଇ ପରିବାର ମଧ୍ୟରେ ଯେଉଁଭଳି ବିବାଦ ସୃଷ୍ଟି ହେଉଛି ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ବଡଧରଣର କିଛି ଅଘଟଣ ଘଟି ଜୀବନ ହାନି ହେବାର ଆଶଙ୍କାକୁ ଏଡାଇ ଦେଇ ହେବନି। ପୁଲିସ ଘଟଣା ସଂପର୍କରେ ଅଭିଯୋଗ ପାଇବା ପରେ ରାଜନଗର ଯାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories