www.samajalive.in
Sunday, December 7, 2025
13.1 C
Bhubaneswar

ଲଇମୁରା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣା ; ତନାଘନା ପାଇଁ ପୁଲିସର ୨ଟି ଟିମ ଗଠିତ

କୁଚିଣ୍ଡା : ଲଇମୁରା ଆନ୍ଧ୍ରା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୬ଜଣ ଦୁର୍ବୃତ୍ତ ଆତଙ୍କିତ କରି ଠୁଟିପିପେଲ ରାସ୍ତାରେ ୩୫ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେବା ପରେ ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ସକାଶେ ତନାଘନା ଉଦ୍ୟମ କରିଥିବା ଦେଖାଯାଇଛି। ଏହି ସାଂଘାତିକ ଘଟଣାର ପର୍ଦ୍ଦାଫାସ ସକାଶେ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଜଣାଯାଇଛି।

ଦେବଗଡ ଜିଲା ଓ ସମ୍ବଲପୁର ଜିଲା  କୁଚିଣ୍ଡା ଥାନା  ସୀମାନ୍ତ କରଙ୍ଗମାଲ ନିକଟସ୍ଥ ଆଭ୍ୟନ୍ତରୀଣ ଠୁଟିପିପେଲ ଗାଁ ନିକଟ ରାସ୍ତାର ଯୋଜନାବଦ୍ଧ ଭାବେ ଗତକାଲି ୩୫ଲକ୍ଷ ୪୧ହଜାର ଟଙ୍କା ଲୁଟିନେଇ ଫେରାର ମାରିବା ପରେ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ପଡିଛି। ଅନ୍ୟପକ୍ଷେ ଉକ୍ତ ରାସ୍ତା ଦେଇ ସଂପ୍ରତି ଯାତାୟତ କରିବାକୁ ଲୋକେ ସୁରକ୍ଷିତ ମଣୁନଥିବା ଅଭିଯୋଗ ହୋଇଛି। ଗତକାଲି  ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦେବଗଡ ଜିଲା ତିଲେଇବଣୀ ବ୍ଲକ ଲିଇମୁରା ଆନ୍ଧ୍ରା ବ୍ୟାଙ୍କ ସହ ଶାଖା ପରିଚାଳକ ଦିଲିପ କୁଜୁର, ପିଅନ ସଦାଶିବ ବାଣ୍ଠ ଦେପାଣି ଗ୍ରାମର ଦେବାନନ୍ଦ କିସାନଙ୍କ ବଲେରୋକୁ ଭଡାରେ ନେଇଥିଲେ। ଗାଡିକୁ ଲୁଢର ଗ୍ରାମର ଶରତ ବାଘ ନାମକ ଯୁବକ ଚଳାଉଥିଲା। ସେମାନେ ସମ୍ବଲପୁରରୁ ୩୫ଲକ୍ଷ ୪୧ହଜାର ଟଙ୍କା ଏକ ବାକ୍ସରେ ଧରି ଲଇମୁରା ଫେରୁଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଠୁଟିପିପେଲସ୍ଥିତ ଡାଇଭରସନରେ ଆତର୍କିତ ଭାବେ ଦୁଇ ଜଣ ଯୁବକ ଗାଡି ସାମ୍ନାରେ ବାଇକ ରଖିଥିଲେ। ଚାଳକ ଗାଡିକୁ ଅଟକାଇବା ବେଳେ ସଂଗେ ସଂଗେ ପୂର୍ବରୁ ଛକିଥିବା ଅନ୍ୟ ୪ଜଣ ଯୁବକ ପହଞ୍ଚି ଥିଲେ। ସେମାନେ ଗାଡିରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଟଙ୍କା ବାକ୍ସକୁ ଦେବାକୁ ସଶସ୍ତ୍ର ଭୟଭୀତ କରି ଲୁଟି ନେଇଥିଲେ। ଗଲାବେଳେ ତିନୋଟି ବାଇକରେ ଟଙ୍କା ବାକ୍ସ ଧରି ଲଇମୁରା ରାସ୍ତା ଦେଇ ଯାଇଥିବା କୁହାଯାଉଛି। ପରେ ଆତଙ୍କିତ  କର୍ମଚାରୀ ମାନେ ଏସଂକ୍ରାନ୍ତରେ ତାଙ୍କ କର୍ତ୍ତୃପକ୍ଷ ସମେତ ପୁଲିସକୁ ଖବର ଦେଇଥିଲେ। କୁଚିଣ୍ଡା ପୁଲିସ ସଂଗେ ସଂଗେ ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ରାତ୍ରରେ ସମ୍ବଲପୁର ଏସପି କୁଚିଣ୍ଡା ଗସ୍ତ କରି ଲୁଟେରାଙ୍କୁ ଧରିବା ପାଇଁ ରଣକୌଶଳ ଅବଲମ୍ବନ କରିଥିବା ଜଣାଯାଇଛି। ଏହି ସମ୍ବେଦନଶୀଳ ଘଟଣାକୁ ଧରିବା ସକାଶେ ଜିଲା ପୁଲିସର ଦୁଇଟି ସ୍ୱତନ୍ତ୍ର ଦଳ କରି ତଦନ୍ତ କରୁଥିବା ଜଣାଯାଇଛି। କୁଚିଣ୍ଡା ଥାନା ଅଧିକାରୀ କମଲ କୁମାର ପଣ୍ଡା ନେତୃତ୍ୱରେ ଏକ ଦଳ ସ୍ଥାନୀୟ ଅଞ୍ଚଳରେ ତଦନ୍ତ କରୁଥିବା ବେଳେ ଆଉ ଏକ ଦଳ ବାହାର ଅଞ୍ଚଳରେ ତଦନ୍ତ କରୁଥିବା ପ୍ରକାଶ। ଅନ୍ୟପକ୍ଷେ ପୁଲିସ ସଂଘଟିତ ଚୋରୀକୁ ନେଇ ନାନା ସଂଦେହ କରିଥିବା ଜଣାଯାଇଛି । ଚୋରଙ୍କ ସମସ୍ତ ପୂର୍ବାନୁମାନ ଅନୁଯାଇ ଲୁଟ ହୋଇଥିବାରୁ ଏଥିରେ ବ୍ୟାଙ୍କ କର୍ମଚାରୀ, ବ୍ୟାଙ୍କ ଅଧିକାରୀ, ଚାଳକଙ୍କ ଭୂମିକାକୁ ନେଇ ନାନା ସଂଦେହ ସୃଷ୍ଟି କରିଛି। ଅନ୍ୟପକ୍ଷେ ଏହି ଲୁଟେରା ମାନେ ବୃତ୍ତିଗତ ଲୁଟେରା ନା ଆକସ୍ମିକ ଚୋରୀ କରି ପଳାୟନ କରିଛନ୍ତି ସେ ଦିଗକୁ ମଧ୍ୟ ଦେଖୁଥିବା କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories