www.samajalive.in
Saturday, December 6, 2025
14.1 C
Bhubaneswar

ଧନୁପାଲୀ ଥାନା ସମ୍ମୁଖରୁ ଲୁଟ୍ : ପୁଲିସ ଅପରାଧୀକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ          

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ ସୁନାଗହଣା ଲୁଟ ମାମଲା ବଢ଼ି ଚାଲିଛି। ପୁଲିସକୁ ଚ୍ୟାଲେଞ୍ଜ କରି ଥାନା ସମ୍ମୁଖରୁ ଲୁଟେରାମାନେ ଲୁଟ୍ କରୁଛନ୍ତି। ହେଲେ ପୁଲିସ ସେମାନଙ୍କ ଟେର୍ ପାଉନାହିଁ। ଲୁଟକୁ ୩ ଦିନି ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଯାହାକୁ ନେଇ ପୁଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଲୁଟେରାମାନଙ୍କୁ ପୁଲିସ ଘଣ୍ଟ ଘୋଡାଉଛି ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ଶୁକ୍ରବାର ଦିନ ଟାଉନ ଥାନାଞ୍ଚଳର ଝାଡୁଆପଡା ଠାରେ ଦିନ ଦ୍ୱିହପରରେ ଜଣେ ମହିଳାଙ୍କ ସୁନା ଚେନ ଲୁଟ ଘଟଣା ଘଟିଥିବା ବେଳେ ସେହି ଦିନ ଧନୁପାଲୀ ଥାନା ସମ୍ମୁଖରୁ ମଧ୍ୟ ଜଣେ ମହିଳାଙ୍କ ଠାରୁ ଚେନ ଲୁଟ ହୋଇଥିଲା। ଟାଉନ ଥାନା ପୁଲିସ ପ୍ରଥମେ ଘଟଣାକୁ ଲୁଚାଇବା ପାଇଁ ବହୁ ଚେଷ୍ଟା କରିଥିଲା। କିନ୍ତୁ ଗୋଟିଏ ଦିନ ପରେ ମୁହଁ ଖୋଲିଥିଲା। ତେବେ ଧନୁପାଲୀ ଥାନା ସମ୍ମୁଖରୁ ଚେନ ଲୁଟ ଘଟଣାରେ ପୁଲିସ ପୁରା ମୌନ ହୋଇ ରହିଛି।

- Advertisement -

ପ୍ରାପ୍ତସୂଚନାନୁଯାୟୀ, ଭୂତାପଡା ଛକ ଠାରେ ସ୍ଥିତ ଧନୁପାଲୀ ଥାନା ସମ୍ମୁଖରେ ଶିବ ମନ୍ଦିର ରହିଛି। ସେହି ମନ୍ଦିର ସମ୍ମୁଖରେ ଯାଇଥିବା ରାସ୍ତା ଦିନ ସମୟରେ ଜଣେ ମହିଳା ଯାଉଥିଲେ। ଅଚାନକ ଦୁଇ ଜଣ ଯୁବକ ଏକ ବାଇକରେ ଆସି ମହିଳା ପିନ୍ଧିଥିବା ପ୍ରାୟ ୩ ଭରି ଓଜନର ସୁନା ମାଳିକୁ ଭିଡି ନେଇ ଫେରାର ମାରିଥିଲେ। ଏ ସର୍ମ୍ପକରେ ମହିଳା ଜଣକ ଧନୁପାଲୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ଏବଂ ପୁଲିସ ମାମଲା ମଧ୍ୟ ରୁଜୁ କରିଥିବାର ଜଣାପଡିଛି। କିନ୍ତୁ ଏହି ମାମଲା ସର୍ମ୍ପକରେ ପୁଲିସ ଦୁଇ ଦିନ ହେବ କିଛି ମୁହଁ ଖୋଲୁ ନ ଥିବା ବେଳେ ଏ ସର୍ମ୍ପକରେ ଥାନାଧିକାରୀଙ୍କୁ ସର୍ମ୍ପକ କରାଯାଇଥିବା ବେଳେ ତାଙ୍କ ସହିତ ଯୋଗାଯୋଗ ହୋଇ ନ ପାରିବାରୁ ସବିଶେଷ ତଥ୍ୟ ମିଳି ପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories