www.samajalive.in
Sunday, December 7, 2025
23.1 C
Bhubaneswar

ମହିଳା ବଜାଉଥିଲେ ଭାଓଲିନ୍‍, ଡ଼ାକ୍ତର କଲେ ଅସ୍ତ୍ରୋପଚାର

ଲଣ୍ଡନ : ମସ୍ତିଷ୍କ ଅସ୍ତ୍ରୋପଚାର ନାମ ଶୁଣିଲେ ଲୋକେ ଭୟଭୀତ ହେବା ସାଧାରଣ କଥା। ମାତ୍ର ଏପରି ଜଣେ ମହିଳା ଯେ କି ନିଜର ମସ୍ତିଷ୍କ ଅସ୍ତ୍ରୋପଚାର ହେଉଥିବା ସମୟରେ ଭାଓଲିନ୍‍ ବଜାଉଥିଲେ। କଥାଟା କାନକୁ ମିଛ ଲାଗିଲେ ମଧ୍ୟ ସତ। ଆଶ୍ଚର୍ଯ୍ୟ କରିଦେବା ଭଳି ଏହି ଘଟଣା ହେଉଛି ଲଣ୍ଡନର।
ଦାଗ୍‍ମର୍‍ ଟର୍ନର ନାମକ (୫୩) ଜଣେ ମହିଳାଙ୍କର ମସ୍ତିଷ୍କର ଡ଼ାହାଣ ଅଂଶରେ ଟ୍ୟୁମର ହୋଇଥିଲା। ହସ୍ପିଟାଲରେ ଏକ ଡ଼ାକ୍ତରୀ ଦଳ ତାଙ୍କ ଅସ୍ତ୍ରୋପଚାର କରୁଥିବା ସମୟରେ ସେ ଭାଓଲିନ ବଜାଉଥିବା ଦେଖିବାକୁ ମିଳିଥିଲା। ଅସ୍ତ୍ରୋପଚାର କରୁଥିବା ଡ଼ାକ୍ତର ଏନେଇ ନିଜର ମତ ଦେଇ କହିଥିଲେ ସେ ଜୀବନରେ ପ୍ରଥମ ଥର ଅସ୍ତ୍ରୋପଚାର ସମୟରେ ରୋଗୀଙ୍କୁ ଭାଓଲିନ୍‍ ବଜାଉଥିବାର ଦେଖିଥିଲେ।
ସୂଚନା ଯୋଗ୍ୟ, ଉକ୍ତ ମହିଳା ଜଣଙ୍କ ପ୍ରାୟ କହିଥିଲେ ତାଙ୍କୁ ୧୦ବର୍ଷ ହେବା ବୟସରୁ ଆରମ୍ଭ କରି ପ୍ରାୟ ୪୦ ବର୍ଷ ହେବ ଭାଓଲିନ୍‍ ବଜାଇ ଆସୁଛନ୍ତି। ସେ ଯେବେ ଶୁଣିଲେ ତାଙ୍କ ମସ୍ତିଷ୍କରେ ହୋଇଥିବା ଟ୍ୟୁମର କାରଣରୁ ସେ ଆଉ ଭାଓଲିନ ବଜାଇ ପାରିବେ ନାହିଁ। ସେ ଖୁବ ଦୁଃଖିତ ହେଲେ। ଡ଼ାକ୍ତରଙ୍କ ମତ ଅନୁଯାୟୀ, ଅସ୍ତ୍ରୋପଚାର ପରେ ତାଙ୍କ ସ୍ମରଣ ଶକ୍ତି ଯିବା ସହ ସେ  ଭାଓଲିନ ବଜାଇପାରିବେ କି ନାହିଁ ସେନେଇ କୌଣସି ନେଇ ମଧ୍ୟ ସଠିକ ନାହିଁ। ତେଣୁ ସେ ଭାବିଲେ ଅପରେଶନ ପରେ ନହେଉ ବରଂ ଅସ୍ତ୍ରୋପଚାର ସମୟରେ ହିଁ ମୁଁ ଭାଓଲିନ୍‍ ବଜାଇଦିଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories