www.samajalive.in
Saturday, December 13, 2025
27.1 C
Bhubaneswar

୭ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କଂଗ୍ରେସରୁ ନିଲମ୍ବିତ ହୋଇଥିବା ୭ ଜଣ ସାଂସଦଙ୍କର ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛନ୍ତି। ଲୋକସଭା କାର୍ଯ୍ୟଧାରା ଚାଲିଥିବାବେଳେ ଅଶାଳୀନ ବ୍ୟବହାର ପ୍ରଦର୍ଶନ ଯୋଗୁଁ ସେମାନଙ୍କୁ ନିଲମ୍ବନ କରାଯାଇଥିଲା।

ସୂଚନା ଯୋଗ୍ୟ, ଗତ ୫ ତାରିଖରେ କଂଗ୍ରେସର ୭ ଜଣ ଲୋକସଭା ସାଂସଦଙ୍କୁ ବଜେଟ୍‍ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଲୋକସଭାର କାର୍ଯ୍ୟଧାରାରେ ଭାଗ ନେବାରୁ ନିଲମ୍ବନ କରାଯାଇଥିଲା। ସେମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରୁଥିଲେ ଓ ବାଚସ୍ପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ଏହି ପଦକ୍ଷେପ ନିଆଯାଇଥିଲା।

- Advertisement -

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିୟମ ୩୭୪ ଅଧୀନରେ ଏକ ପ୍ରସ୍ତାବ ଆଗତ କରିଥିଲେ। ପୂର୍ବରୁ ବାଚସ୍ପତି ସଦସ୍ୟମାନଙ୍କର ଆଚରଣର ନିନ୍ଦା କରିଥିଲେ। ଲୋକସଭାରେ ଖଣିଜ ପଦାର୍ଥ ଆଇନ୍‍ ସଂଶୋଧନ ବିଲ୍‍ ୨୦୨୦ ଉପରେ ଆଲୋଚନା ଚାଲିଥିବା ବେଳେ ସେହି ସଦସ୍ୟମାନେ ବିଲ୍‍ର ନକଲକୁ ଚିରି ଫିଙ୍ଗିଦେଇଥିଲେ।

ନିଲମ୍ବିତ ହୋଇଥିବା ସଦସ୍ୟମାନଙ୍କ ମଧ୍ୟରେ ଗୌରବ ଗୋଗୋଇ, ଟି.ଏନ୍‍. ପ୍ରଥପନ, ଡିନ୍‍ କୁରିଆକୋଷେ, ମନିକମ୍‍ ଟ୍ୟାଗୋର, ଗୁରଜିତ ସିଂହ ଔଜଲା, ରାଜମୋହନ ଉନିଥନ ଓ ବେନି ବେହେନାନ ଥିଲେ। ଏଥର ସେମାନେ ଗୃହ କାର୍ଯ୍ୟରେ ଯୋଗ ଦେଇ ପାରିବେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories