www.samajalive.in
Sunday, December 14, 2025
26.1 C
Bhubaneswar

ଲକ୍‌ଡାଉନ ଉଲ୍ଲଙ୍ଘନ: ୫୩ ହଜାର ଗାଡ଼ି ଜବତ, ବନ୍ଧା ହେଲେଣି ୬୭୮୭

ଭୁବନେଶ୍ୱର: କରୋନା ଭୂତାଣୁକୁ ପ୍ରତିରୋଧ କରିବା ଲାଗି ସାରା ରାଜ୍ୟ ସମେତ ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଯେଉଁ ଜନତାଙ୍କ ପାଇଁ ଲକ୍‌ଡାଉନ କରାଯାଇଛି ସେଥିମଧ୍ୟରୁ ସାରା ଓଡ଼ିଶାର ବହୁ ଲୋକ ନିୟମ ଭାଙ୍ଗିଥିବା ପରିଲକ୍ଷିତ ହେଉଛି। ଲକ୍‌ଡାଉନର ପ୍ରାୟ ଦେଢ଼ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟମ ଭାଙ୍ଗିଥିବା ଅମାନିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ  ଗ୍ରହଣ କରିଛି ଓଡ଼ିଶା ପୁଲିସ ।  ଓଡ଼ିଶା ପୁଲିସ ପକ୍ଷରୁ ମିଳିଥିବା ଏକ ତଥ୍ୟ ଅନୁସାରେ ମାର୍ଚ୍ଚ ୨୨ରୁ ମେ ୧୦ ତାରିଖ ଭିତରେ ରାଜ୍ୟରେ ଲକ୍‌ଡାଉନ ଉଲ୍ଲଘଂନ କରିବା ଅଭିଯୋଗରେ ପୁଲିସ ୬୧୫୪ ମାମଲା ରୁୁଜୁ କରିଛି ଓ ୭୭୮୭ଜଣଙ୍କୁ ଗିରଫ କରାଯାଇଛି । କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗିବା, ଗୁଜବ ସୃଷ୍ଟି କରିବା, ଜରୁରୀ ସାମଗ୍ରୀ କଳାବଜାରୀ କରିବା ଓ ଅନ୍ୟାନ ନିୟମ ଭାଙ୍ଗୁଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। କ୍ବାରେଣ୍ଟାଇନ୍‌ ନିୟମ ଭାଙ୍ଗି ବୁଲାବୁଲି କରିବା ଏବଂ କରୋନାକୁ ନେଇ ବିଭିନ୍ନ ଗୁଜବ କରିବା ଅଭିଯୋଗରେ ମଧ୍ୟ ପୁଲିସ ଗିରଫ କରିଛି।

- Advertisement -

ସୂଚନା ଅନୁସାରେ  କଟକ ଓ ଭୁବନେଶ୍ବରବାସୀ (ଦ୍ଵୈତନଗରୀ ବାସିନ୍ଦା) ନିୟମ ଭାଙ୍ଗିବାରେ ବେଶୀ ସ୍ମାର୍ଟ । ଦ୍ଵୈତ‌ନଗରୀରେ ଏଥିପାଇଁ  ଅଧିକ ମାମଲା ପଞ୍ଜିକୃତ ହୋଇଛି। ଅନ୍ୟପକ୍ଷରେ ଦେବଗଡ଼ ଜିଲାବାସୀ ସରକାରଙ୍କ ନିୟମ ପାଳନ କରିବାରେ ଶୀର୍ଷରେ ରହିଛନ୍ତି। ଏହାସହ ବୌଦ୍ଧ,ସୁବର୍ଣ୍ଣପୁର ଭଳି ଜିଲା ବାସିନ୍ଦା ଲକ୍‌ଡାଉନ ନିୟମ ପାଳନ କରିଛନ୍ତି। ସେପଟେ ନିୟମ ଉଲ୍ଲଘଂନ ଘରୁ ଗାଡି ନେଇ ବାହାରକୁ ଆସିଥିବା ଚାଳକଙ୍କ ଠାରୁ ସାରା ରାଜ୍ୟରେ ପ୍ରାୟ ୫୩ ହଜାର ଗାଡି ଜବତ କରାଯାଇଛି । ଏହାସହ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ରାଜଧାନୀରେ ଜବତ ହୋଇଛି ୧୯୩୨୩ ଗାଡ଼ି

ମାସ୍କ ନ ପିନ୍ଧିଥିବା ୬୨୬୦ ଲୋକଙ୍କୁ ଜୋରିମାନା

ସାମାଜିକ ଦୂରତା ମାନୁ ନଥିବାରୁ ୩୦୯୭ଙ୍କୁ ତଣ୍ଡ

ସେପଟେ କମିସନରେଟ ପୁଲିସ ପକ୍ଷରୁ ମିଳିଥିବା ଏକ ତଥ୍ୟ ଅନୁସାରେ ମାର୍ଚ୍ଚ ୨୪ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜଧାନୀରେ ନିୟମ ଉଲ୍ଲଘଂନକାରୀଙ୍କ ସଂଖ୍ୟା ଅନ୍ୟ ଜିଲା ଅନୁସାରେ ଅଧିକ। ଅମାନିଆ ହୋଇ ବୁଲୁଥିବା ଚାଳକଙ୍କ ବିରୋଧ କମିସନରେଟ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୧୯, ୩୨୩ଟି ଗାଡି ଜବତ କରିବା ସହ  ମାସ୍କ  ନ ପିନ୍ଧି ୬,୨୬୦ ବ୍ୟକ୍ତି ଓ ସାମାଜିକ ଦୂରତା ମାନୁନଥିବା ୩,୦୯୭ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି।

ଓଡ଼ିଶା ପୁଲିସ ୨୪ ଘଣ୍ଟିଆ ସେବା ଯୋଗାଇ ରାଜ୍ୟବାସୀ ଓ ଅନ୍ୟ ରାଜ୍ୟର ପୁଲିସ କର୍ମଚାରୀଙ୍କ ପାଇଁ ଉଦାହରଣ ପାଲଟିଛି। କେଉଁଠି ପୁଲିସ କର୍ମଚାରୀ ବିବାହକୁ ଘୁଞ୍ଚାଇ ଦେଇଛନ୍ତି ତ ଆଉ କେଉଁଠି ପେଟରେ ୯ ମାସରେ ଗର୍ଭଧାରଣ କରି ଜନସାଧାରଣଙ୍କ ସେବାରେ ସମର୍ପିତ ହୋଇଛନ୍ତି। ସଟ୍‌ଡାଉନ ଓ କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ପୁଲିସର କଡା ପ୍ରହରା ଦେଖିବାକୁ ମିଳିଛି। ଓଡ଼ିଶାରେ ୪୦୦ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗଞ୍ଜାମ ଜିଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାର ବିଷୟ ପାଲଟିଛି। ସେଠାରେ ଓଡ଼ିଶା ପୁଲିସର ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ପୁଲିସକୁ କ୍ଷମତା ଅଧିକ ଦିଆଯାଇଛି। ଯେଉଁ ସବୁ କାର୍ଯ୍ୟ ହେଉଛି ପୁଲିସର ହସ୍ତକ୍ଷେପ ନିଆଯାଉଛି। ଲକ୍‌ଡାଉନ ନିୟମ ମାନିବାକୁ ରାଜ୍ୟ ସରକାର ଓ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories