www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରୁଥିବା ପ୍ୟାକେଜ ଉପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ ବୋଲି ସେ କହିଛନ୍ତି। ଏହାଦ୍ୱାରା ଓଡ଼ିଶା ରାଜ୍ୟର କ’ଣ ବିକାଶ ହେବ ବା ଜନସାଧାରଣ କି ଉପକୃତ ହେବେ ତାହା ସେ ବୁଝିପାରୁନାହାନ୍ତି। କୃଷକ ଓ ମଧ୍ୟବିତଙ୍କ ପରିବାର ପାଇଁ କୌଣସି ସୁବିଧା ନାହିଁ ବୋଲି କହିଛନ୍ତି। ଏହା ଦ୍ୱାରା କେବଳ  ମୁଷ୍ଟିମେୟ ରାଜ୍ୟ ଗୁଜୁରାଟ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟମାନେ ଉପକୃତ ହେବେ। ଇପିକଲ ଏବଂ  ଓ.ଏସ୍‌.ଏଫ୍‌.ସି. ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ଜାଣି ପାରିବେ ବୋଲି ନିରଞ୍ଜନ କହିଛନ୍ତି।

ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ  କି ବେକାରୀ ସଂଖ୍ୟା କମି ପାରିବ ନାହିଁ । ରାଜ୍ୟରେ ଯେହେତୁ  ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ, ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥ  ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ ବୋଲି ନିରଞ୍ଜନ ପରାମର୍ଶ ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories