www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତା କାଲି ଠାରୁ ସମଗ୍ର ରାଜ୍ୟରେ ତାଲାବନ୍ଦ

 

• ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପର୍ଯ୍ୟନ୍ତ ରହିବ ତାଲାବନ୍ଦ କଟକଣା

- Advertisement -

• ତାଲାବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ

• ଟିକାକରଣ ମଧ୍ୟ ପୂର୍ବଭଳି ଚାଲିବ

• ତାଲାବନ୍ଦ ସମୟରେ ସପ୍ତାହାନ୍ତ ସଂପୂର୍ଣ୍ଣ ବନ୍ଦ କଟକଣା ପୂର୍ବଭଳି କାର୍ଯ୍ୟକାରୀ ହେବ

• ଓଡ଼ିଶା ସୀମାକୁ ସିଲ୍‍ କଲା ସ୍ଥାନୀୟ ପ୍ରଶାସନ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ତାଲାବନ୍ଦ। ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍‍ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଶେଷ ଅସ୍ତ୍ର ଭାବରେ ସରକାର ଏହାକୁ ପ୍ରୟୋଗ କରିଛନ୍ତି। ମେ ମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ କାର୍ଯ୍ୟକାରୀ ହେବ ତାଲାବନ୍ଦ। ଏଥିରୁ ଅନେକ ସୁଫଳ ମିଳିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି। ତାଲାବନ୍ଦ ସମୟରେ ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ତେଜରାତି ସାମଗ୍ରୀ, କ୍ଷୀର, ପନିପରିବା, ଗୋଟିକିଆ ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ। ଏଥିସହିତ ଗୋଖାଦ୍ୟ, ସାର, ବିହନ, ସିମେଣ୍ଟ, ଲୁହାଛଡ, ବହି ଦୋକାନ ଖୋଲା ରହିବ। ଜନସାଧାରଣ ସେମାନଙ୍କ ଘରଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଚାଲିଚାଲି ଯାଇ ଏହିସବୁ ସାମଗ୍ରୀ କିଣିପାରିବେ। ତେବେ ସେମାନଙ୍କୁ କୋଭିଡ କଟକଣା ସଂପୂର୍ଣ୍ଣ ଭାବରେ ପାଳନ କରିବାକୁ ହେବ। ଏଥିସହିତ ତାଲାବନ୍ଦ ସମୟରେ ଔଷଧ ଦୋକାନ, ସରକାରୀ ଓ ଘରୋଇ ଡାକ୍ତରଖାନା, ପାଥୋଲାବ ଆଦି ଖୋଲା ରହିବ। ପଣ୍ୟ ସାମଗ୍ରୀ ପରିବହନ, କୃଷିକାର୍ଯ୍ୟ ଆଦିକୁ ମଧ୍ୟ ତାଲାବନ୍ଦରୁ ବାଦ୍‍ ଦିଆଯାଇଛି। ତେବେ ବସ୍‍, ଅଟୋ ଭଳି ସମସ୍ତ ଗଣପରିବହନ ବ୍ୟବସ୍ଥା ବନ୍ଦ ରହିବ। ତାଲାବନ୍ଦ ସମୟରେ କୋଭିଡ ଟିକାକରଣ ଚାଲୁ ରହିବ। ତେବେ ସପ୍ତାହାନ୍ତ ସଂପୂର୍ଣ୍ଣ ବନ୍ଦ ପୂର୍ବଭଳି ଜାରି ରହିବ। ଏହି ଦୁଇଦିନ ଔଷଧ ଦୋକାନ ଭଳି କେତେକ ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଲେ ଅନ୍ୟ ସମସ୍ତ ବନ୍ଦ ରହିବ। ତାଲାବନ୍ଦ ସମୟରେ ହୋମ ଡେଲିଭରୀ (ବାସଗୃହକୁ ସାମଗ୍ରୀ ପହଞ୍ଚାଣ)କୁ ଅନୁମତି ଦିଆଯାଇଛି।

ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସେହିସବୁ ରାଜ୍ୟକୁ ଲାଗିଥିବା ଓଡ଼ିଶା ସୀମାକୁ ସିଲ୍‍ କରିଦିଆଯାଇଛି। ସେଠାରେ ପ୍ରବେଶ ପଥଗୁଡିକରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ଉକ୍ତ ରାଜ୍ୟଗୁଡିକରୁ ଜନସାଧାରଣଙ୍କୁ ଓଡ଼ିଶାକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories