www.samajalive.in
Sunday, December 7, 2025
26.1 C
Bhubaneswar

ଦୁବାଇ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ଯୋଗଦେବେ ଲିଟିଲ ମିସ ୟୁନିଭର୍ସ ପଦ୍ମାଳୟା ନନ୍ଦ

କଟକ : ଦୁବାଇଠାରେ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ‘ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍’ ପଦ୍ମାଳୟା ନନ୍ଦ । ନଭେମ୍ବର ୪ ତାରିଖ ଅପରାହ୍ନରେ ସେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ । ନଭେମ୍ବର ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଦୁବାଇ  ଠାରେ ଜାତିସଂଘ ସହ ସହବନ୍ଧିତ ଅନ୍ତର୍ଜାତୀୟ ୱାଇଜମ୍ୟାନ ଇଣ୍ଟରନାସନାଲ ପକ୍ଷରୁ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସେ ଉଦବୋଧନ ଦେବାପାଇଁ ନିମନ୍ତ୍ରିତ ହୋଇଛନ୍ତି । ଏହି ଯୁବ ସମ୍ମିଳନୀରେ ପୃଥିବୀର  ୭୫ଟି ଦେଶରୁ  ବିଭିନ୍ନ କ୍ଷେତ୍ରରେ ସଫଳତା  ଅର୍ଜନ କରିଥିବା ଯୁବ ପ୍ରତିନିଧିମାନେ ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ପଦ୍ମାଳୟା ନନ୍ଦ ପ୍ରଥମ ଭାରତୀୟ ଭାବେ ୟୁରୋପର ଜର୍ଜୀଆଠାରେ ‘ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍’ ହେବାର ସଫଳତା ଅର୍ଜନ କରିବା ସହ ଓଡ଼ିଆ ସଂସ୍କୃତି ଓ ସମ୍ବଲପୁରୀ ନୃତ୍ୟକୁ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏବେ ପଦ୍ମାଳୟା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ମନସ୍ଥତ୍ୱ ବିଭାଗ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ । ସେ ଓଡିଶା ହାଇକୋର୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଡାକ୍ତର ଶୁଭସୁଧା ପ୍ରିୟଦର୍ଶିନୀଙ୍କ ଜ୍ୟେଷ୍ଠ କନ୍ୟା । ଏବେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories