ଲିପଷ୍ଟିକ୍ ଲଗାଉଥିଲେ, କିଛି ଟିପ୍ସ

0

ସଂଖ୍ୟାଧିକ ଯୁବତୀ ଓ ମହିଳାଙ୍କର ଲିପଷ୍ଟିକ୍ ଲଗାଇବାରେ ମାତ୍ରାଧିକ ଦୁର୍ବଳତା ରହିଛି। ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଥିଲେ, କେତୋଟି କଥା ଜାଣି ରଖନ୍ତୁ।

prayash

– ମାସକୁ ଅନ୍ତତଃ ଥରୁଟିଏ ଲିପ ସ୍କ୍ରବ୍ ବ୍ୟବହାର କରନ୍ତୁ। ତ୍ବଚାରେ ବ୍ୟବହାର କରୁଥିବା ସ୍କ୍ରବକୁ ଓଠରେ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ। ଏପରି କଲେ ଲିପଷ୍ଟିକର କୁପ୍ରଭାବ ଓଠ ଉପରେ ପଡ଼ିନଥାଏ।

– ଅଧିକାଂଶ ଯୁବତୀ ଲିପଷ୍ଟିକ୍ ଲଗାଇଲା ବେଳେ ସେମାନଙ୍କ ଦାନ୍ତରେ ଲାଗିଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଓଠ ବନ୍ଦ କରି ଲିପଷ୍ଟିକ୍ ଲଗାଇବା ସହ ଟିସୁ ପେପର ପାଖରେ ରଖନ୍ତୁ। ଦାନ୍ତରେ ଲିପଷ୍ଟିକ୍ ଲାଗିଲେ ତୁରନ୍ତ ପୋଛିନେବେ।

– ପାର୍ଟିକୁ ଯିବା ପୂର୍ବରୁ ପୋଷାକ କିମ୍ବା ଶାଢ଼ି ସହ ମ୍ୟାଚିଙ୍ଗ୍ ଲିପଷ୍ଟିକ୍ ନ ମିଳୁଥିଲେ ବ୍ୟତିବ୍ୟସ୍ତ ନ ହୋଇ ଏହି ଉପାୟ କରନ୍ତୁ। ମ୍ୟାଚିଙ୍ଗ ଆଇଶ୍ୟାଡୋରେ ଲିପ ବାମ୍ ମିଶାଇ ତାହାକୁ ଲିପଷ୍ଟିକ୍ ଭଳି ବ୍ୟବହାର କରିପାରିବେ।

kalyan agarbati
Leave A Reply