www.samajalive.in
Sunday, December 14, 2025
14.1 C
Bhubaneswar

ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ଉପାୟ

ଯେକୌଣସି ପରିବାରର ଉନ୍ନତି ଓ ଖୁସି ନିମନ୍ତେ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା, ବିଚାରଶକ୍ତି ,ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ଯଦି କୋଣସି କାରଣରୁ ପତି-ପତ୍ନୀଙ୍କ ମଧ୍ୟ କଳହ ହେଉଥାଏ ଅଥବା ସର୍ବଦା ଅଶାନ୍ତି ଲାଗି ରହିଥାଏ, ତେବେ ଏହାର ପ୍ରଧାନ କାରଣ ବାସ୍ତୁ ଦୋଷ ହୋଇଥାଏ। ଏହି ସମସ୍ୟାକୁ ନିଜ ଜୀବନରୁ ଦୂର କରିବା ନିମନ୍ତେ କିଛି ସହଜ ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଜୀବନ ସୁଖଶାନ୍ତିରେ ପୂର୍ଣ୍ଣ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ଯଦି ନାରୀଟିଏ ନିଜ ହାତରେ ସବୁଜ ରଙ୍ଗର ଛୁଡ଼ି ପିନ୍ଧେ, ତେବେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବୃଦ୍ଧି ହୋଇଥାଏ। ନିଜ ଶୋଇବା ଘରର କାନ୍ଥ ଗୋଲାପି କିମ୍ବା ଫିକା ହଳଦିଆ ରଙ୍ଗର ହେଲେ ବହୁତ ଭଲ ହୋଇଥାଏ। ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ। ଏହା ଦ୍ୱାରା ସଂପର୍କ ସୁଦୃଢ ହୋଇଥାଏ। ଶୋଇବା ଘରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶାନ୍ତି ଲାଗି ରହିଥାଏ।
ଜଳ ସମ୍ବନ୍ଧୀୟ ବସ୍ତୁ, ତେଲ ଟିଣ, ଭଙ୍ଗା ଆଇନା, ଝାଡ଼ୁ, ରୋଷେଇ ସାମଗ୍ରୀ ଯଥା କଡ଼େଇ, ତାଟିଆ ଆଦି ରଖିବା ଉଚିତ ନୁହେଁ। ଯେତେ ବେଳେ ମହିଳା ମାନେ ଦାନ କରୁଛନ୍ତି ସେହି ଦାନ ସାମଗ୍ରୀରେ ଲାଲ ସିନ୍ଦୂରରେ ଅତର, ଚଣା ଡ଼ାଲି, କେଶର ରଖନ୍ତୁ। ନିୟମିତ ନିଜ ଠାରୁ ବୟସରଙ୍କ ବଡ଼ ନାରୀଙ୍କୁ ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories