www.samajalive.in
Sunday, December 7, 2025
26.1 C
Bhubaneswar

ବଦଳୁଛି ଭାରତୀୟଙ୍କ ପାରିବାରିକ ଜୀବନଶୈଳୀ

ଚିନ୍ତାଧାରା ସହ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି। ଅନ୍ୟ ରାଷ୍ଟ୍ର ସହ ତାଳ ଦେଇ ଭାରତ ମଧ୍ୟ ଅଗ୍ରଗତି କରୁଛି। ନିକଟରେ ନ୍ୟୁୟର୍କ ଟାଇମ୍ସରେ ଭାରତୀୟ ମହିଳାଙ୍କ ସମ୍ପର୍କିତ ଏକ ତଥ୍ୟ ପ୍ରକାଶିତ ହୋଇଥିଲା। ତଥ୍ୟଟି ପ୍ରକାଶିତ ହେବାର ଦେଢ଼ ସପ୍ତାହ ପରେ ହିଁ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଆମେରିକୀୟ ବିଶେଷଜ୍ଞ ମେରି ନିସେନ୍ ୨ ବର୍ଷ ଭାରତର ବିଭିନ୍ନ ପ୍ରାନ୍ତରେ ଭ୍ରମଣ କରିବା ପରେ ନିଜ ତଥ୍ୟରେ ଉଲ୍ଲେଖ କରିଛନ୍ତି, କିଛି ଚମତ୍କାର ହେବାକୁ ଯାଉଛି। ୬୭ ବର୍ଷୀୟା ମେରି ୨୦ ବର୍ଷ ତଳେ ଭାରତ ଭ୍ରମଣରେ ଆସିଥିଲେ। ସେସମୟରେ ଭାରତରେ ମହିଳାଙ୍କ ସ୍ଥିତି ସେଭଳି ସୁଦୃଢ଼ ନଥିଲା। କାଁଭାଁ କେତୋଟି ପରିବାରର ମହିଳାମାନେ ହିଁ ଚାକିରି କିମ୍ବା ବ୍ୟବସାୟ କରୁଥିଲେ। ଅଧିକାଂଶ ଲୋକେ ରକ୍ଷଣଶୀଳତାର ଦ୍ବାହି ଦେଇ ମହିଳାମାନଙ୍କୁ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ରଖୁଥିଲେ। ମେରି ସେତେବେଳେ ଭାରତରେ କିଛିଦିନ ରହି ଅଣନିଶ୍ବାସୀ ହେବା ପରି ଅନଭୁବ କରିଥିଲେ। ଯଥାଶୀଘ୍ର ସେ ଭାରତ ଛାଡ଼ି ପଳାଇଥିଲେ। ନିଜ ରାଷ୍ଟ୍ରରେ ଅବସର ଜୀବନ ଅତିବାହିତ କରୁଥିବା ମେରି ୨୦୧୪ରେ ବିଭିନ୍ନ ସୋସିଆଲ ସାଇଟ୍ ଓ ଗଣମାଧ୍ୟମରେ ଭାରତର ଉନ୍ନତି ସମ୍ପର୍କରେ ଅବଗତ ହେଲେ।

- Advertisement -

ତେବେ ଏସବୁ ଖବରକୁ ସେ ସହଜରେ ବିଶ୍ବାସ ନ କରିପାରି ତୁରନ୍ତ ଭାରତ ଆସିଥିଲେ। ୨ ସପ୍ତାହ ପାଇଁ ଆସିଥିବା ମେରି ୨ ବର୍ଷ ଭାରତରେ ଅତିବାହିତ କରିଥିଲେ। ଏକ ବିରାଟ ପରିବର୍ତ୍ତନ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେତେବେଳେ କାଁଭାଁ ଭାରତୀୟ ମହିଳାମାନେ କାମ କରୁଥିବାବେଳେ ଆଜିର ସମୟରେ କାଁଭାଁ ଘରେ ବସିଥିବା ମହିଳାଙ୍କୁ ଦେଖିବାକୁ ମିଳୁଛି। କର୍ଣ୍ଣାଟକ ଭ୍ରମଣ ସମୟରେ ମେରି ଭେଟିଥିବା ୮୧ ବର୍ଷୀୟା ପିନ୍ନାମା କହିଥିଲେ, ନିଜ ନାତି ପାଇଁ ସେ ଚାକିରିଆ ବୋହୂର ଅନ୍ବେଷଣରେ ଅଛନ୍ତି। ତାଙ୍କ ଯୁକ୍ତି ଥିଲା, ଘରେ ବସିଲେ, ବୋହୂ ଅନ୍ୟମାନଙ୍କ କଥାରେ ପଡ଼ି କଳି କରିବ। ଏଣୁ ଚାକିରି କଲେ ସମୟ ବା ଆଉ କୋଉଠୁ ମିଳିବ?

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories