ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗତ ରବିବାରଠାରୁ ମଙ୍ଗଳବାର ଯାଏ ଦିଲ୍ଲୀର ମୌଜପୁର, ଜାଫରାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ଗତ ବୁଧବାର ସୁଦ୍ଧା ୨୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଆଉ ୬ ଜଣ ଆହତ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏହାବ୍ୟତୀତ ଗଗନବିହାର ଅଞ୍ଚଳରୁ ଗୁରୁବାର ପୁଲିସକୁ ଆଉ ୨ଟି ମୃତଦେହ ମିଳିଛି। ଜୋହରୀପୁର ନିକଟ ଏକ ଡ୍ରେନରୁ ଏହି ଦୁଇଟି ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେ ବି ଆହୁରି ୨୦୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି।
ଦିଲ୍ଲୀ ହିଂସା: ଡ୍ରେନରୁ ମିଳିଲା ଆଉ ୨ଟି ମୃତଦେହ, ମୃତ୍ୟୁ ସଂଖ୍ୟା ୩୫କୁ ଛୁଇଁଲା
Popular Categories



