www.samajalive.in
Monday, December 8, 2025
13.1 C
Bhubaneswar

ସ୍ନାନ କରିବା ପରେ କରନ୍ତୁ ଭୋଜନ ,ଜାଣନ୍ତୁ ଏହାର ବୈଜ୍ଞାନିକ ଓ ଧାର୍ମିକ କାରଣ

ଭୋଜନ ଆମ ଶରୀରର ମୌଳିକ ଆବଶ୍ୟକତା ଅଟେ। ଭୋଜନ ଦ୍ୱାରା ଆମ ଶରୀରକୁ ଶକ୍ତି, କାର୍ଯ୍ୟ କରିବାକୁ ଆଗ୍ରହ, ସ୍ୱାସ୍ଥ୍ୟ ଉପଯୋଗୀ ପୋଷକ ତତ୍ତ୍ୱ ଯୋଗାଏ। ଯାହା ଦ୍ୱାରା ଆମେ ଆମ ଦୈନନ୍ଦିନ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁ। ହିନ୍ଦୁ ଧର୍ମରେ ଶାସ୍ତ୍ରରେ କୁହାଯାଇଛି, ସ୍ନାନ କରିବା ପରେ ଭୋଜନ କରିବା ଉଚିତ। ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ, କ’ଣ ରହିଛି ସ୍ନାନ ପରେ ଭୋଜନ କରିବାର ଧାର୍ମିକ ଓ ବୈଜ୍ଞାନିକ କାରଣ….
ବୈଜ୍ଞାନିକ କାରଣ –
ଭାରତର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦ ଅନୁଯାୟୀ ସ୍ନାନ କରିବା ଦ୍ୱାରା ଆମ ଶରୀରରୁ ଝାଳ ଆକାରରେ ଯେତିକି ପାଣି ନିର୍ଗତ ହୋଇଯାଇଥାଏ , ଗାଧୋଇବା ଦ୍ୱାରା ସେହି ପାଣି ଆବଶ୍ୟକ ପରିମାଣରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଯାହା ଦ୍ୱାରା ଶରୀର ଶୀତଳ ହୋଇ ଫୂର୍ତ୍ତି ଅନୁଭୂତ ହୋଇଥାଏ। ଭୋକ ମଧ୍ୟ ସଠିକ ପରିମାଣରେ ହୋଇଥାଏ। ସେହି ସମୟରେ ଆମେ ଯେଉଁ ଖାଦ୍ୟ ଖାଉ ତାହା ସଠିକ ଭାବେ ହଜମ ହୋଇଥାଏ। ପେଟ ଜନିତ ବହୁ ସମସ୍ୟା ଗ୍ୟାସଟିକ, ଏସଡ଼ିଟି, ବଦହଜମି ଆଦି ଦୂର ହୋଇଥାଏ।
ଧାର୍ମିକ କାରଣ –
ଶାସ୍ତ୍ର ଅନୁଯାୟୀ ସ୍ନାନ ବିନା ଭୋଜନ କରିବା ଉଚିତ ନୁହେଁ। ସ୍ନାନ କରିବା ପରେ ପବିତ୍ର ହୋଇ ଭୋଜନ କରିବା ଉଚିତ। ବିନା ସ୍ନାନରେ ଭୋଜନ କରିବା ପଶୁଙ୍କ ସହ ସମାନ ବୋଲି କୁହାଯାଏ। ଏହାସହ ସ୍ନାନ ନକରି ଭୋଜନ କଲେ ଦେବାଦେବୀ କ୍ରୋଧ କରିଥାଆନ୍ତି ବୋଲି ମାନ୍ୟତା ରହିଛି। କ୍ରୋଧ କରିବା କାରଣରୁ ଜୀବନରେ ବିଭିନ୍ନ ସମସ୍ୟା ଦେଖାଯାଏ। ଏହସହ ଅନ୍ନଙ୍କୁ ମା’ଲକ୍ଷ୍ମୀ ବୋଲି କୁହାଯାଏ। ତେଣୁ ବିନା ସ୍ନାନରେ ଭୋଜନ କଲେ ମା’ଲକ୍ଷ୍ମୀଙ୍କ ଅବମାନନା ହେବା ସହ ମା’ଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇନଥାଏ। ତେଣୁ ସର୍ବଦା ସ୍ନାନ କରି ଭୋଜନ କରିବା ଦ୍ୱାରା ଉଭୟ ମନ ଓ ଶରୀର ସୁସ୍ଥ ରହିଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories