www.samajalive.in
Saturday, December 6, 2025
26.1 C
Bhubaneswar

ସାବୁନ ବ୍ୟବହାର ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆମେ ସମସ୍ତେ ଗାଧୋଇବା ବେଳେ ସାବୁନ ବ୍ୟବହାର କରିଥାଉ। ଏହାସହ ନିଜ ପସନ୍ଦ ମୁତାବକ ସାବୁନ ବ୍ୟବହାର କରୁ। କିନ୍ତୁ ଆପଣ ଜାଣିଛନ୍ତି କି ଜ୍ୟୋତିଷଶାସ୍ତ୍ର ଅନୁସାରେ ସାବୁନ ବ୍ୟବହାର କରିବା ଦ୍ବାରା କ’ଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ସାବୁନ ବ୍ୟବହାର କରିବାର ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ମାନିବା ଉଚିତ।

୧. ଯେଉଁମାନଙ୍କ ଜନ୍ମ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଖରାପ ଥାଏ ତାଙ୍କର ନିଜ ବାପାଙ୍କ ସମ୍ପର୍କ ଖରାପ ହୋଇଯାଏ। ଏହାସହ କୌଣସି ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ନାହିଁ। ଜ୍ୟୋତିଷଙ୍କ ମତରେ ଏପରି ବ୍ୟକ୍ତି ମହୁ, ଚନ୍ଦନ ଏବଂ ଗୋଲାପର ସାବୁନ ବ୍ୟବହାର କରିବା ଉଚିତ।

- Advertisement -

୨. ଯେଉଁମାନଙ୍କର ଜନ୍ମ ଜାତରେ ମଙ୍ଗଳ ଦୋଷ ରହିଥାଏ ସେହି ବ୍ୟକ୍ତିମାନେ ଅତ୍ୟନ୍ତ କ୍ରୋଧ କିମ୍ବା ରାଗି ସ୍ବଭାବର ହୋଇ ଥାଆନ୍ତି। ଏପରି ବ୍ୟକ୍ତିଙ୍କର ବିବାହ ବିଳମ୍ବରେ ହୋଇଥାଏ। ଏପରି ସ୍ଥିତିରେ ବ୍ୟକ୍ତିମାନେ ଲାଲ ଚନ୍ଦନ, କେସର କିମ୍ବା ଗୋଲାପ ଫୁଲରୁ ପ୍ରସ୍ତୁତ ସାବୁନ ବ୍ୟବହାର କରି ପାରିବେ।

୩. ଶାସ୍ତ୍ର ଅନୁଯାୟୀ, ଗୁରୁବାର ଦିନ ସାବୁନ ଲଗାଇବା ଅନୁଚିତ। ଜ୍ୟୋତିଷଶାସ୍ତ୍ରରେ ଗୁରୁ ଗ୍ରହ ଜୀବନରେ ସୁଖଶାନ୍ତିର କାରକ ହୋଇଥାଆନ୍ତି। ତାଙ୍କ ସ୍ଥିତି ଜାତକରେ ସୁଦୃଢ କରିବା ପାଇଁ ଗାଧୋଇବା ବେଳେ ପାଣିରେ ମଲ୍ଲି ଫୁଲ, ହଳଦୀ କିମ୍ବା କେସର ମିଶାଇ ଗାଧାନ୍ତୁ।

୪. ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ଯୋଗୁଁ ବୈବାହିକ ଜୀବନ ସୁଖଭରା ହୋଇଥାଏ। ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ମଜଭୂତ କରିବା ପାଇଁ ଚନ୍ଦନ, କର୍ପୂର, ଅଁଳା ଥିବା ସାବୁନ ଲଗାନ୍ତୁ।

୫. ଜନ୍ମ ଜାତକରେ ଶନି, ରାହୁ ଓ କେତୁ ଖରାପ ସ୍ଥିତିରେ ଥିବା ହେତୁ ଜୀବନରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଏହାଙ୍କ ସ୍ଥିତିକୁ ମଜଭୂତ କରିବା ପାଇଁ ଶନିବାର ଓ ବୁଧବାର ଦିନ ଚନ୍ଦନର ସାବୁନ ବ୍ୟବହାର କରନ୍ତୁ।

 

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories