www.samajalive.in
Saturday, December 6, 2025
26.1 C
Bhubaneswar

ହାତ ଓ ପାଦର ଘରୋଇ ଉପଚାର

ଅଧିକାଂଶ ଲୋକେ ନିଜ ମୁହଁ ପ୍ରତି ବହୁ ଯତ୍ନବାନ ଅଟନ୍ତି। ଏହାକୁ ସୁନ୍ଦର, ଉଜ୍ଜଳ କରିବା ନିମନ୍ତେ ବହୁ କ୍ରିମର ବ୍ୟବହାର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର ନିଜ ହାତ , ପାଦର ଯତ୍ନ ପାଇଁ ଅଧିକ ଧ୍ୟାନ ଦିଅନ୍ତି ନାହିଁ। ଦିନଯାକର ପ୍ରଦୂଷଣ , ଧୂଳି , ମାଟି, ସୂର୍ଯ୍ୟ ରଶ୍ମୀର ପ୍ରଭାବ ଯୋଗୁ ଅଧିକାଂଶ ହାତ ଓ ପାଦର ରଙ୍ଗ କଳା ହୋଇଯାଏ। ଯାହା ଫଳରେ ଆମ ମୁହଁ ରଙ୍ଗ ତୁଳନାରେ ହାତ ଓ ପାଦର ରଙ୍ଗ ସଂପୂର୍ଣ୍ଣ ଅଲଗା ଦେଖାଯାଏ। କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।
କ୍ଷୀର, ଲୁଣ , ମହୁ …
୧ ଚାମଚ ସହଦେବ ଲୁଣ ସହ ୨ ଚାମଚ କ୍ଷୀର ୧ ଚାମଚ ମହୁ ମିଶାନ୍ତୁ । ଏହାକୁ ହାତରେ , ପାଦରେ ବେକରେ ମଧ୍ୟ ଲଗାଇ ପାରିବେ। ଲଗାଇବା ବେଳେ ଏହାକୁ ଭଲ ଭାବେ ମାଲିସ୍‍ କରି ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହା କଳା ଦାଗକୁ ଦୂର କରିବା ସହ ଚର୍ମକୁ ଖୁବ କୋମଳ ଏବଂ ଉଜ୍ଜଳ କରିଥାଏ।

ଚନ୍ଦନ ପାଉଡ଼ର ,ଲେମ୍ବୁ ରସ , କାକୁଡ଼ି ରସ, ଟମାଟୋ ରସ …..
ଏହାକୁ ଭଲ ଭାବେ ମିଶାଇ ହାତ , ପାଦ , ବେକରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ । ଏହାକୁ ନିୟମିତ ସପ୍ତାହରେ ୨ ଥର ଲଗାଇଲେ, ବହୁ ଉତ୍ତମ ଫଳ ପ୍ରଦାନ କରେ।

- Advertisement -


କମଳା ଚୋପା ଗୁଣ୍ଡ ଓ କ୍ଷୀର …..
କମଳାର ଚୋପାକୁ ଖରାରେ ଭଲ ଭାବେ ଶୁଖାଇ ଏହାକୁ ପେଷି ଦେଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କ୍ଷୀର ମିଶାଇ ଲଗାନ୍ତୁ। ଲଗାଇବାର ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ । ଏହା ମଧ୍ୟ କଳାପଣକୁ ବହୁଳ ମାତ୍ରାରେ ଦୂର କରିଥାଏ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories