www.samajalive.in
Saturday, December 6, 2025
19.1 C
Bhubaneswar

ପଶ୍ଚିମବଙ୍ଗରେ କମିଶନ ନେଲେ ଆଜୀବନ ଜେଲ, ଓଡ଼ିଶାରେ କେବେ ?

କୋଲକାତା: ସରକାରୀ ଯୋଜନାଗୁଡ଼ିକର ଲାଭାର୍ଥରୁ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀମାନେ କମିଶନ ନେବା ଦ୍ବାରା ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ନିମ୍ନମାନର ହେଉଛି। ଏହାକୁ ନେଇ ଅନେକ ସମୟରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଦେଶର ଅଧିକାଂଶ ରାଜ୍ୟରେ କମିଶନ ଯୋଗୁ ଉନ୍ନୟନ କାର୍ଯ୍ୟ ଠିକ ରୂପେ ହୋଇପାରୁ ନାହିଁ। ଏହା ମଧ୍ୟରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି) ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବୀରଭୂମ ଜିଲାର ଜଣେ ଟିଏମସି ନେତା ସରକାରୀ ଯୋଜନାରୁ ନେଇଥିବା ୨ଲକ୍ଷ ୨୫ ହଜାର ଟଙ୍କାର କମିଶନ ଫେରାଇଛନ୍ତି। ଏଥିପାଇଁ ସେ କ୍ଷମା ମାଗିବା ସହିତ ଆଗକୁ ଏଭଳି କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ରହିଛି। ଅନେକ ସ୍ଥାନରେ ରାଜନେତା, ସରକାରୀ ଅଧିକାରୀଙ୍କୁ କମିଶନ ନ ମିଳିଲେ ଫାଇଲ ଆଗକୁ ଘୁଞ୍ଚୁନାହିଁ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତରୁ ମିଳିଥିବା ସୂଚନା ଅନୁସାରେ, କଲ୍ୟାଣକାରୀ ଯୋଜନାଗୁଡ଼ିକର ଲାଭାର୍ଥରୁ କମିଶନ ନେଉଥିବା ନିର୍ବାଚିତ ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କୁ ଏବେ ଏକ କଡ଼ା ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ କରାଯିବ। ସେମାନେ ଦୋଷୀ ସାବ୍ୟସ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା ଭଳି ବ୍ୟବସ୍ଥା କରାଯିବ। କମିଶନ ପ୍ରସଙ୍ଗରେ ବିଧାନସଭାରେ ଲଗାତର ୨ ଦିନ ଧରି ହଙ୍ଗାମା ଚାଲିଥିଲ। ବେଳେ ବିରୋଧୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଏଭଳି ମାମଲାର ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନେ ନାମ ଗୋପନ ରଖି କହିଛନ୍ତି, କମିଶନ ନେଉଥିବା ଦୋଷୀ ଜନପ୍ରତିନିଧିମାନେ ଏବଂ ସରକାରୀ ଅଧିକାରୀମାନଙ୍କୁ ଭାରତୀୟ ଦଣ୍ଡ ବିଧାନର ଧାରା ୪୦୯ ଅନୁସାରେ ଅଭିଯୁକ୍ତ ବୋଲି ଧରାଯିବ। ଏହି ଆଇନ ଅଧୀନରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଅଥବା ଜରିମାନା ସହିତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯିବା ଭଳି ବ୍ୟବସ୍ଥା ହେବ।

- Advertisement -

ତେବେ ପଶ୍ଚିମବଙ୍ଗରେ ସରକାର କମିଶନ କାରବାରକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେଇଥିବାବେଳେ ଓଡ଼ିଶାରେ କେବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶା ସରକାର ବି ଅନୁରୂପ ଆଇନ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories