www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷା ପାଇଁ ଇନ୍ଦ୍ରଦେବଙ୍କୁ ଚିଠି

ନୂଆଦିଲ୍ଲୀ : ଭାରତର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ବର୍ଷା କରାଇବାକୁ ଇନ୍ଦ୍ରଦେବଙ୍କୁ ଚିଠି ଲେଖିଛନ୍ତି କାନପୁରର ଜଣେ ଓକିଲ। କାନପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୪୫ ଡିଗ୍ରୀ ରହୁଛି। ଗରମରେ କାନପୁରବାସୀଙ୍କ ଅବସ୍ଥା ଖରାପ ହୋଇଯାଇଥିବାରୁ ସେମାନଙ୍କ ତରଫରୁ ଇନ୍ଦ୍ରଦେବଙ୍କୁ ଚିଠି ଲେଖିଥିବା ଓକିଲ ଅତୁଲ ସାୱରେ କହିଛନ୍ତି। ଅତୁଲ ଲେଖିଥିବା ଚିଠି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଏଥିରେ ଅତୁଲ ଲେଖିଛନ୍ତି କାନପୁରରେ କିଛିଦିନ ହେବ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଜନସାଧାରଣ ବହୁତ କଷ୍ଟର ସମ୍ମୁଖୀନ ହେଉଛନ୍ତି। ଏପରିକି ବହୁ ଲୋକ ପ୍ରାଣ ହରାଇଛନ୍ତି। ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ଇନ୍ଦ୍ରଦେବ ପ୍ରବଳ ବର୍ଷା କରାଇବା ଆବଶ୍ୟକ। ଏଥିସହ ପବନ ଦେବତାଙ୍କୁ ମଧ୍ୟ କାନପୁର ଅଞ୍ଚଳରେ ପ୍ରତିଦିନ ଜୋର୍‌ରେ ପବନ କରାଇବାକୁ ଇନ୍ଦ୍ରଦେବ ନିର୍ଦେଶ ଦେବା ଆବଶ୍ୟକ ବୋଲି ଅତୁଲ ବିନମ୍ର ଅନୁରୋଧ କରିଛନ୍ତି। ତେବେ ବର୍ଷା ସମୟରେ କୁଆପଥର ମାଡ଼ ନ କରିବାକୁ ଅତୁଲ ଇନ୍ଦ୍ରଦେବଙ୍କ ନିକଟରେ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories