www.samajalive.in
Saturday, December 6, 2025
14.1 C
Bhubaneswar

୩୫ ହଜାର ଟଙ୍କାରେ ନିଲାମ ହେଲା ଗୋଟିଏ ଲେମ୍ବୁ, କ’ଣ ଅଛି ଏଥିରେ ଖାସ୍‌?

ନୂଆଦିଲ୍ଲୀ: ଆପଣ ଆଜି ପର୍ଯ୍ୟନ୍ତ କେତେ ମହଙ୍ଗା ଲେମ୍ବୁ କିଣିଛନ୍ତି? କିଲୋ ପିଛା ୩୦୦, ୫୦୦ ନା ୧୦୦୦ ଟଙ୍କା? ଆପଣ କହିବେ ଲେମ୍ବୁ ଏତେ ମହଙ୍ଗା କେଉଁଠି ଥାଏ ? ଆଜ୍ଞା ହଁ, ଆଜି ଆମେ ଏମିତି ମହଙ୍ଗା ଲେମ୍ବୁ ବିଷୟରେ କହିବୁ, ଯାହାର ଦାମ୍‌ ଶୁଣି ଆପଣ ଚକିତ ହୋଇଯିବେ। ତାମିଲନାଡୁର ଇରୋଡସ୍ଥିତ ଶିବଗିରି ଗ୍ରାମରେ ଥିବା ପଝାପୁସିଆନ୍ ମନ୍ଦିରରେ ପ୍ରତିବର୍ଷର ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମହାଶିବରାତ୍ରୀ ପରେ ଯେତେବେଳେ ଏକ ଲେମ୍ବୁ ନିଲାମ ହୋଇଥିଲା ସେତେବେଳେ ଏହାର ମୂଲ୍ୟ ଏତେ ଅଧିକ ଥିଲା ଯେ ଏହା ଆପଣଙ୍କୁ ଚମକାଇ ଦେବ।

ଏଠାରେ ମହାଶିବରାତ୍ରୀ ଉତ୍ସବରେ ଭଗବାନ ଶିବଙ୍କୁ ଭୋଗ ଲଗାଯାଇଥିବା ଫଳ କିମ୍ବା ଅନ୍ୟାନ୍ୟ ଜିନିଷ ପ୍ରତିବର୍ଷ ନିଲାମ କରାଯାଏ। ଏଥର ଯେତେବେଳେ ଲେମ୍ବୁ ନିଲାମ ହେଲା, ସେତେବେଳେ ଏହାର ମୂଲ୍ୟ ୩୫ ହଜାର ଟଙ୍କାରେ ପହଞ୍ଚିଥିଲା। ଏହାପରେ ମନ୍ଦିରର ପୁରୋହିତ ସର୍ବୋଚ୍ଚ ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଲେମ୍ବୁ ଦେଇଥିଲେ। ସେହି ବ୍ୟକ୍ତିଙ୍କ ବ୍ୟତୀତ ୧୫ ଜଣ ଲୋକ ଏହି ଲେମ୍ବୁ ପାଇଁ ନିଲାମ ଡାକିଥିଲେ।

- Advertisement -

ବିଶ୍ବାସ ରହିଛି ଯେ, ଯିଏ ସବୁଠୁ ଅଧିକ ନିଲାମ ଡାକିଥାଏ ଏବଂ ଲେମ୍ବୁ ପାଇଥାଏ, ତାକୁ ଭବିଷ୍ୟତରେ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ ହୁଏ। ଏଥିସହ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୁଏ। ଏହି କାରଣରୁ ଲୋକମାନେ ଶିବରାତ୍ରୀ ଅବସରରେ ଆୟୋଜିତ ଏହି ନିଲାମରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି ଏବଂ ବଡ଼ ଅଙ୍କର ନିଲାମ ଡାକନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories