www.samajalive.in
Saturday, December 6, 2025
14.1 C
Bhubaneswar

ଜଳବାୟୁ ଉପରେ ଲିଡର୍ସ ସମ୍ମିଟ୍‍: ଏପ୍ରିଲରେ ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ୍‍

ୱାଶିଂଟନ: ଜଳବାୟୁ ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ। ସେଥିପାଇଁ ବିଶ୍ୱସ୍ତରରେ ଚାଲିଥିବା ପ୍ରୟାସର ଅଂଶ ଭାବରେ ଆଗାମୀ ଏପ୍ରିଲ ମାସରେ ଆୟୋଜନ ହେଉଛି ଲିଡର୍ସ ସମ୍ମିଟ୍‍। ଏପ୍ରିଲ ୨୨ ଓ ୨୩ତାରିଖ ଦୁଇଦିନ ଧରି ଏହି ଶିଖର ବୈଠକ ଅନୁଷ୍ଠିତ ହେବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଭର୍ଚୁଆଲ ପଦ୍ଧତିରେ ଆୟୋଜନ କରାଯାଉଛି। ତେବେ ଏହାକୁ ଯେଭଳି ସାଧାରଣ ଲୋକ ଦେଖିପାରିବେ, ସେଥିପାଇଁ ଏହାର ସିଧା ପ୍ରସାରଣ କରାଯିବ। ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ୪୦ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ରୋକିବାର ଜରୁରୀ ଆବଶ୍ୟକତା ଉପରେ ଆଲୋଚନା ପରାମର୍ଶ କରିବା ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ନିଆଯିବା ଦ୍ୱାରା ସେଥିରୁ ମିଳିବାକୁ ଥିବା ଅର୍ଥନୈତିକ ଫାଇଦା ସମ୍ପର୍କରେ ମଧ୍ୟ ଏଥିରେ ଆଲୋନା କରାଯିବ। ଚଳିତ ବର୍ଷ ନଭେମ୍ବର ମାସରେ ଗ୍ଲାସ୍‍ଗୋଠାରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (ସିଓପି୨୬) ଆୟୋଜିତ ହେବାକୁ ଯାଉଥିବାବେଳେ ଏହି ଶିଖର ବୈଠକ ସେଥିପାଇଁ ପଥ ସୁଦୃଢ କରିବା ଦିଗରେ ଏକ ମାଇଲଖୁଣ୍ଟ ହେବ ବୋଲି ହ୍ୱାଇଟ୍‍ ହାଉସ ପକ୍ଷରୁ କୁହାଯାଇଛି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଏହି ଭର୍ଚୁଆଲ ଶିଖର ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଥିବା ଅନ୍ୟ ବିଶ୍ୱସ୍ତରୀୟ ନେତୃବୃନ୍ଦଙ୍କ ମଧ୍ୟରେ ଚୀନ ରାଷ୍ଟ୍ରପତି ଜି ଜିନ୍‍ପିଙ୍ଗ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା, ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‍ସୋନାରୋ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନ୍ୟାମିନ ନେତାନ୍ୟାହୁ, ସାଉଦି ଆରବ ରାଜା ସଲ୍‍ମନ ବିନ୍‍ ଅବଦୁଲଅଜିଜ ଅଲ୍‍ ସଉଦ୍‍ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନ ଆଦି ଅନ୍ତର୍ଭୁକ୍ତ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଂ ଦକ୍ଷିଣ ଏସିଆର ଅନ୍ୟ ଦୁଇ ନେତା ଭାବରେ ଏହି ଶିଖର ବୈଠକରେ ଯୋଗଦେବାକୁ ଆମନ୍ତ୍ରିତ ହୋଇଛନ୍ତି।
ବିଶ୍ୱ ନେତୃବୃନ୍ଦ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ସେମାନଙ୍କ ରାଷ୍ଟ୍ର କିଭଳି ଦୃଢ ପଦକ୍ଷେପ ଗ୍ରହଣ କରିପାରିବ, ତାହା ଉଲ୍ଲେଖ କରିବା ଲାଗି ଏହି ଶିଖର ବୈଠକକୁ ଏକ ସୁଯୋଗ ଭାବରେ ଉପଯୋଗ କରିବାକୁ ବାଇଡେନ୍‍ ତାଙ୍କର ଆମନ୍ତ୍ରଣରେ ପରାମର୍ଶ ଦେଇଛନ୍ତି। ଏହି ବୈଠକ ଆୟୋଜନ ସମୟରେ ପ୍ୟାରିସ ରାଜିନାମା ଅନୁଯାୟୀ ଆମେରିକା ଜାତୀୟ ସ୍ତରରେ ସ୍ଥିରିକୃତ ଯୋଗଦାନ ଭାବରେ ୨୦୩୦ ସୁଦ୍ଧା ତାହାର ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ସମ୍ପର୍କରେ ଘୋଷଣା କରିବ ବୋଲି ହ୍ୱାଇଟ୍‍ ହାଉସ୍‍ର ଜଣେ ମୁଖପାତ୍ର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories