www.samajalive.in
Friday, December 12, 2025
15.1 C
Bhubaneswar

ମଧ୍ୟାହ୍ନ ଭୋଜନ ପାଇଁ ମିଳୁନି ଅନୁଦାନ

ଲକ୍ଷ୍ମୀପୁର : କୋରାପୁଟ ଜିଲାରେ ଶିକ୍ଷା ଅଧିକାରୀ ନଥିବା କାରଣୁ ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ମିଳୁନଥିବା ଜଣାପଡ଼ିଛି। ୫ମାସ ହେବ ବାକିରେ ଖାଦ୍ୟ ସାମଗ୍ରୀ ଦେବା ପରେ ଦୋକାନୀ ଆଉ ଦେବାପାଇଁ ମନା କରୁଛନ୍ତି। ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲକ୍ଷ୍ମୀପୁର ବ୍ଲକ ସମେତ ଜିଲାର ୧୪ଟି ବ୍ଲକ।

ସୂଚନା ଯୋଗ୍ୟ, ରାଜ୍ୟ ସରକାର ପ୍ରତି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ସପ୍ତାହକୁ ୬ ଦିନ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲା ପ୍ରତି ୪ଟଙ୍କା ୯୩ ପଇସା ଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ୭ଟଙ୍କା ୩୬ ପଇସା ମିଳିବାର ବ୍ୟବସ୍ଥା ରହିଛି। ଏହି ପଇସାରେ ସପ୍ତାହକୁ ଦୁଇ ଦିନ ଡାଲମା, ଦୁଇଦିନ ଅଣ୍ଡା ଓ ଦୁଇ ଦିନ ସୋୟା ବଡ଼ି ଦୋବାର ବ୍ୟବସ୍ଥା ରହିଛି। ତେବେ ଗତ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏହି ଅନୁଦାନ ଆସିଥିବା ବେଳେ ସେପ୍ଟେମ୍ବର ମାସ ଠାରୁ ଅନୁଦାନ ମିଳିିନାହିଁ, ଫଳରେ ବିଭିନ୍ନ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯେଉଁ ବିଦ୍ୟାଳୟରେ ଅଳ୍ପ ସଂଖ୍ୟକ ପିଲା ଅଛନ୍ତି ସେମାନଙ୍କର କିଛି ଅସୁବିଧା ନାହିଁ, କିନ୍ତୁ ଶତାଧିକ ପିଲା ଥିବା ସ୍କୁଲର ପ୍ରଧାନ ଶିକ୍ଷକମାନେ ଏଥିଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରିକି ୫ମାସ ହେଲା ବାକି ଦେବା ପରେ ଦୋକାନୀମାନଙ୍କର ବଡ଼ବଡ଼ ସ୍କୁଲ ଉପରେ ଲକ୍ଷ ଲକ୍ଷ ଟଙ୍କା ବାକି ହେବା ପରେ ଆଉ ବାକି ଦେବାକୁ ମନା କରୁଥିବା କିଛି ଶିକ୍ଷକ ଏଭଳି କହିଛନ୍ତି।

- Advertisement -

ଏକ ଘଟଣାକୁ ନେଇ ଜିଲା ଶିକ୍ଷା ଅଧିକାରୀ କିଛି ଦିନ ହେବ ଫେରାର ହୋଇ ବୁଲିବା ପରେ କିଛି ଦିନ ହେଲା ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ଖାଲିପଡ଼ିଥିବା ପଦବୀରେ ବରଗଡ଼ର ଜଣେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇ କୋରାପୁଟ ଜିଲା ଶିକ୍ଷାଅଧିକାରୀ ଭାବରେ ନିଯୁକ୍ତି ମିଳିଥିବା ବେଳେ ସେ କିନ୍ତୁ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଯାହାଫଳରେ ଲକ୍ଷ୍ମୀପୁର ସମେତ ଜିଲା ଅନ୍ୟାନ ବ୍ଲକରେ ଏହିଭଳି ସମସ୍ୟା ଉପୁଜିଛି। ଏପରିକି ଏହି ମଧ୍ୟାହ୍ନ ଭୋଜନ ପାଇଁ ଅନୁଦାନ ନମିଳିଲେ ଆଉକିଛି ଦିନ ମଧ୍ୟରେ କିଛି ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବାର ଆଂଶକାକୁ ଏଡାଇ ହେବନାହିଁ। ତେଣୁ ଜିଲା ପ୍ରାଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଶିକ୍ଷକ ମହଲରୁ ଦାବୀ ହେଉଛି। ନହେଲେ ଜିଲାରେ ଥିବା ହଜାର ହଜାର ସ୍କୁଲର ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମିଳିବାରେ ଅଗାମୀ ଦିନରେ ସମସ୍ୟା ଉପୁଜିବ ଏଥିରେ ସନ୍ଦେହ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories