www.samajalive.in
Friday, December 12, 2025
15.1 C
Bhubaneswar

ଆଇଓବି ପରିଚାଳକଙ୍କ ଅସ୍ବାଭାବିକ ମୃତ୍ୟୁ, ଭଡାଘରୁ ମିଳିଲା ମୃତଦେହ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁରଠାରେ ଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଶାଖା ପରିଚାଳକ ସରୋଜ କୁମାର ଶବର (୫୨)ଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ଘର କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ। ତାଙ୍କ ପରିବାର ସେଠାରେ ରହୁଥିବା ବେଳେ ସେ ଏଠାରେ ଭଡାଘରେ ଏକା ରହୁଥିଲେ। ତେବେ ଖବର ପାଇ ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ, ଏସଆଇ ସମ୍ବିତ କୁମାର ସ୍ବାଇଁ ପହଞ୍ଚି ଥିଲେ। ଘର କବାଟ ଓ ସାମ୍ନା ପଟ ଗେଟ୍ ଆଉଜା ହୋଇଥିଲା। ବଆମ୍ବୁଲାନ୍ସ ମଗାଇ ବ୍ଯାଙ୍କ କର୍ମଚାରୀ ଙ୍କୁ ଡକାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ଦେଖିବା ପରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଯେଉଁ ଘରେ ସେ ଶୋଉଥିଲେ ଖଟ ଉପରେ ପ୍ୟାଣ୍ଟ, ସାର୍ଟ ପିନ୍ଧି ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେହିପରି ସେ ନିକଟସ୍ଥ ଏକ ହୋଟେଲରୁ ପ୍ରତିଦିନ ଖାଇବା ନେଇ ଖାଇଥାନ୍ତି। ତେବେ ଶନିବାର ରାତିରେ ଶୋଇଥିବା ସ୍ଥାନରେ ଖାଦ୍ୟା ସେହିଭଳି ଭାବରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। କର୍ମଚାରୀମାନଙ୍କ କହିବା କଥା, ଶନିବାର ଓ ରବିବାର ଛୁଟି ଥିବାରୁ ଶୁକ୍ରବାର ଆମେ କାମ ସାରି ଘରକୁ ଚାଲି ଯାଇଥିଲୁ। କିନ୍ତୁ ସାରଙ୍କ ଦେହ ଭଲ ନଲାଗିବାରୁ ସେ ଆସିନଥିଲେ।
ସୋମବାର ଆସି ଏଭଳି ଖବର ପାଇଥିଲୁ। ଖବର ପାଇ ପ୍ରାୟ ସାଢେ ଗୋଟାଏ ବେଳେ ତାଙ୍କ ପତ୍ନୀ ସଂଜୁକ୍ତା, ଝିଅ ବର୍ଷା ବୈଶାଲି ଓ ମାନସିକ ଅନଗ୍ରସର ପୁଅ ଅବିନାଶ ଆସି ପହଞ୍ଚି ଥିଲେ ଲକ୍ଷ୍ମୀପୁର ଡାକ୍ତରଖାନାରେ। ତେବେ ପତ୍ନୀ ସଂଜୁକ୍ତାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀ ଶନିବାର ଦିନ ଗୋଟାଏ ବେଳେ ଫୋନ କରି କଥା ହୋଇଥିଲେ। ତେବେ ତାପରେ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ।

ବ୍ୟାବଛେଦ ପରେ ମୃତ ଦେହ ପରିବାର ଜୀମା ଦିଆଯାଇଛି। ହୃଦ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଭାର ଏସ. ଆଇ ଛବି ନାୟକ ନେଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏବଂ ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories