www.samajalive.in
Friday, December 12, 2025
15.1 C
Bhubaneswar

କାବୁଲ ବିଶ୍ବବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ; ୨୦ ଛାତ୍ର ମୃତ, ୪୦ ଆହତ

ସୋମବାର ବିଳମ୍ବିତ ସନ୍ଧ୍ୟାରେ ଆଫଗାନୀସ୍ଥାନ ରାଜଧାନୀ କାବୁଲରେ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ କରିଛନ୍ତି ।  ତିନିଜଣ ବନ୍ଧୁକଧାରୀ କାବୁଲ ବିଶ୍ୱବିଦ୍ୟାଳୟର ପୁସ୍ତକ ମେଳାରେ ପ୍ରବେଶ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଆଖିବୁଜା   ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଅତି କମରେ ୨୦ ଜଣ ଛାତ୍ର ପ୍ରାଣ ହରାଇଛନ୍ତି ଓ ୪୦ ଜଣ ଆହତ ହୋଇଛନ୍ତି। ଅବଶ୍ୟ  ସୁରକ୍ଷା ବାହିନୀ ଆକମ୍ରଣରେ ଏହି ତିନି ଆକ୍ରମଣକାରୀ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ତାଲିବାନ ଏହି ଆକ୍ରମଣରେ ତାର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛି ।
ଏହି ଘଟଣା ପରେ ଜାତୀୟ ସମନ୍ୱୟ ପାଇଁ ଗଠିତ  ଉଚ୍ଚ ପରିଷଦର ମୁଖ୍ୟ ଅବଦୁଲ୍ଲା ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି ଯେ କାବୁଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ।  ଶିକ୍ଷାନୁଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଏକ ଘୃଣ୍ୟ ଅପରାଧ। ଶାନ୍ତିରେ ଅଧ୍ୟୟନ କରିବାର ଛାତ୍ରମାନଙ୍କର ଅଧିକାର ଅଛି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି ବୋଳି ଅବଦୁଲ୍ଲା ଅବଦୁଲ୍ଲା କହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories