www.samajalive.in
Friday, December 12, 2025
15.1 C
Bhubaneswar

ହାଇଓ୍ଵା ଧକ୍କାରେ ଜଣେ ମୃତ, ପୁଲିସର କାର୍ଯ୍ୟକୁ ନେଇ ଉତ୍ତେଜନା ଓ ରାସ୍ତାରୋକ

ଲକ୍ଷ୍ମୀପୁର: କୋରାପୁଟ ଜିଲା କାକିରିଗୁମା ଥାନା ଅନ୍ତର୍ଗତ ବାରିଗୁଡା ଠାରେ ଏକ ହାଇଓ୍ବା ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ତେବେ ପରେ ଘଟଣା ସ୍ଥଳରୁ ମୃତ ଦେହକୁ ଲକ୍ଷ୍ମୀପୁର ଶବ ବ୍ୟବଚ୍ଛେଦ ପାଇଁ ନ ପଠାଇ କୋରାପୁଟକୁ ପଠାଇବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଉତ୍ୟକ୍ତ ଲୋକମାନେ କାକିରିଗୁମା-ଦାମନଯୋଡି ରାସ୍ତାକୁ ଅବରୋଧ କରୁଥିବା ବେଳେ ପୋଲିସ ପହଞ୍ଚି ବୁଝାଇବାକୁ ଚେଷ୍ଟା କରି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ସୂଚନା ମିଳିଛି।

ସାନ ନେର୍କା ଗ୍ରାମର ଲଳିତ କମାର କୌଣସି କାର୍ଯ୍ୟ ପାଇଁ ଦାମନଯୋଡି ଯାଇ ନିଜ ବାଇକରେ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ଵା ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଲଳିତ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ କାକିରିଗୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କର ମୃତ୍ୟୁ ହୋଇଥିବା କହି କୋରାପୁଟକୁ ବ୍ୟବଚ୍ଛେଦ ପାଇଁ ପଠାଇଲା। ଏ ନେଇ ଗ୍ରାମବାସୀ କହିବା ମୁତାବକ କଣ ପାଇଁ ପରିବାର ଲୋକଙ୍କୁ ପୁଲିସ ନଜଣାଇ ଏପରି କି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ନ ପଠାଇ ଦୁର୍ଘଟଣା ସ୍ଥାନରୁ ଉଠାଇ କୋରାପୁଟ ପଠାଇ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ଏହି ଘଟଣାକୁ ନେଇ ଲୋକେ ପୁଲିସ ଉପରେ ଆକ୍ରମଣ କରିଥବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଏହି ଘଟଣାକୁ ନେଇ ଦାମନଯୋଡି – କାକିରିଗୁମା ରାସ୍ତାକୁ ଉତ୍ତ୍ୟକ୍ତ ଲୋକମାନେ କିଛି ସମୟ ଅବରୋଧ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories