www.samajalive.in
Saturday, December 13, 2025
26.1 C
Bhubaneswar

ଲକ୍ଷ୍ମୀବସ୍ ସେବାରେ ଅହେତୁକ ଅବହେଳା; ପାଣି କାଦୁଅରେ ଠିଆ ହେଉଛି ଗାଡ଼ି

କାମାକ୍ଷାନଗର: କାମାକ୍ଷାନଗରରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଯାତାୟତ କରିବା ପାଇଁ ଲକ୍ଷ୍ମୀ ବସ୍‌ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏବେ ତାହା ଅବ୍ୟବସ୍ଥାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। କାମାକ୍ଷାନଗରରୁ ପ୍ରତ୍ୟେକ ପଞ୍ଚାୟତକୁ ବସ୍‌ର ବ୍ୟବସ୍ଥା ଥିବାବେଳେ ବାଉଁଶପାଳ ଓ କାଦୁଆ ପଞ୍ଚାୟତ ସହିତ ବାଲିଗୋରଡ ପଞ୍ଚାୟତର ଜନ ବହୁଳ ଗ୍ରାମ ଖଟଖୁରାରୁ ମୁଖ୍ୟ କାର୍ଯ୍ୟାଳୟକୁ ବସ୍‌ ସେବାରେ ଅହେତୁକ ଅବହେଳା ପ୍ରଦର୍ଶନ କରାଯାଇଛି। ପୁଣି ବସ୍‌ରେ କର୍ମଚାରୀମାନଙ୍କୁ ପ୍ରତ୍ୟହ ବଦଳାଉଥିବାରୁ ଯାତାୟତ କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ ନାହିଁ ନଥିବା ସମସ୍ୟା ଉପୁଜୁଥିବାର ଅଭିଯୋଗ ହେଉଛି। ଏତଦ ବ୍ୟତୀତ ବସ୍‌ର ରହଣି ପାଇଁ ନିଜର ଷ୍ଟାଣ୍ଡ ନ ଥିବାରୁ କେତେବେଳେ ଥାନା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ତ କେତେବେଳେ ସୋମବାର ହାଟ ପଡ଼ିଆରେ ବସ୍‌ଗୁଡିକ ରହୁଛି। ଏବେ ସୋମବାର ହାଟ ପଡ଼ିଆରେ ପାଣି କାଦୁଅରେ ବସ୍‌ ରହୁଥିବା ଦେଖାଯାଇଛି। ପୁଣି ବସ୍‌ଗୁଡିକ ଧୋଇବା ପାଇଁ ପାଣିର ସୁବିଧା ନଥିବାରୁ ପ୍ରତ୍ୟହ ଧୋଇବା ସମ୍ଭବ ହୋଇ ପାରୁନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ବସ୍‌ ରହଣି ପାଇଁ ସ୍ଥାୟୀ ବ୍ୟବସ୍ଥା ସହିତ ଯାଉନଥିବା ପଞ୍ଚାୟତ ଓ ଗ୍ରାମକୁ ବସ୍‌ ସେବା ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories