ନୂଆଦିଲ୍ଲୀ : ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ରବିବାର ଦିନ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ମୁମ୍ବଇର ଶିବାଜୀ ପାର୍କରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁମ୍ବାଇରେ ପହଞ୍ଚିଥିଲେ। ଲତା ମଙ୍ଗେସକରଙ୍କ ସାନ ଭଉଣୀ ଏବଂ ଗାୟିକା ଆଶା ଭୋସଲେ ମଧ୍ୟ ତାଙ୍କ ଭଉଣୀକୁ ଏକ ବିଶେଷ ଢଙ୍ଗରେ ମନେ ପକାଇଛନ୍ତି।
ପିଲାଦିନର ଏକ ଫଟୋ ସେୟାର କରି ଆଶା ଭୋସଲେ ଲେଖିଛନ୍ତି , ପିଲାଦିନର ଏହି ଦିନଗୁଡ଼ିକ ଖୁବ ସ୍ମରଣୀୟ । ଦିଦି ଏବଂ ମୁଁ । ଏହି ଫଟୋରେ ଉଭୟ ଆଶା ଭୋସଲେ ଏବଂ ଲତା ମଙ୍ଗେସକର ଉଭୟ କ୍ୟାମେରାକୁ ଦେଖି ବିଭିନ୍ନ ପ୍ରକାରେଫଟୋ ଉଠାଉଛନ୍ତି। ପ୍ରଶଂସକମାନେ ଏହି ଛବି ଉପରେ ନିଜର ଭାବନା ମଧ୍ୟ ପ୍ରକାଶ କରୁଛନ୍ତି ।
ଆଉ ଏକ ଫଟୋ ସେୟାର କରି ଆଶା ଭୋସଲେ ଲେଖିଛନ୍ତି, ଦିଦିଙ୍କ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ପାଇଁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ସହ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।
ଦିଦିଙ୍କୁ ମନେ ପକାଇ ଏହି ଫଟୋ ସେୟାର କଲେ ଗାୟିକା ଆଶା ଭୋସଲେ
Popular Categories



