www.samajalive.in
Friday, December 5, 2025
20.1 C
Bhubaneswar

ରହସ୍ୟମୟ ସ୍ଥାନ : ଯେଉଁଠି ରହିଛି ଭାରତର ଶେଷ ରାସ୍ତା

ଭାରତରେ ଅନେକ ସ୍ଥାନ ରହିଛି, ଯାହା ରହସ୍ୟରେ ପରିପୂର୍ଣ୍ଣ। ଏପରି କେତେକ ରହସ୍ୟମୟ ସ୍ଥାନ ବିଷୟରେ ଖୁବ୍ କମ୍ ଜାଣନ୍ତି। ସେଭଳି କିଛି ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ତାମିଲନାଡୁର ପୂର୍ବ ଉପକୂଳରେ ଥିବା ରମେଶ୍ୱରାମ ଦ୍ୱୀପ ନିକଟବର୍ତ୍ତୀ ଏକ ଅଞ୍ଚଳ। ଏହା ଏପରି ଏକ ସ୍ଥାନ, ଯାହାକୁ ଭାରତର ଶେଷ ପ୍ରାନ୍ତ ବୋଲି କୁହାଯାଏ। କାରଣ ଏଠାରୁ ଭାରତର ଶେଷ ରାସ୍ତା ବାହାରିଛି। ସେହି ସ୍ଥାନରୁ ଶ୍ରୀଲଙ୍କା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି, କିନ୍ତୁ ଏହି ସ୍ଥାନଟି ଆଜି ସମ୍ପୂର୍ଣ୍ଣ ନିଛାଟିଆ ଏବଂ ରହସ୍ୟମୟ ହୋଇ ରହିଛି।

ଏହି ସ୍ଥାନର ନାମ ହେଉଚି ଧନୁଷକୋଡି, ଯାହାକି ଏକ ଗାଁ। ଧନୁଷକୋଡି ହେଉଛି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଏକମାତ୍ର ସ୍ଥଳ ସୀମା ଯାହା ସମୁଦ୍ର କୂଳରେ ଅବସ୍ଥିତ। ଏହାର ଲମ୍ବ ମାତ୍ର ୫୦ ଗଜ ଏବଂ ଏହି କାରଣରୁ ସ୍ଥାନଟି ଦୁନିଆର ସବୁଠାରୁ ଛୋଟ ସ୍ଥାନ ଭାବରେ ପରିଗଣିତ।

- Advertisement -

ଏହି ଗାଁଟି ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏ। ଅନେକ ଲୋକ ସେଠାକୁ ଭୂତପ୍ରେତର ବାସସ୍ଥାନ ବୋଲି ମଧ୍ୟ ଭାବନ୍ତି। ଯଦିଓ ଲୋକମାନେ ଦିନରେ ସେଠାକୁ ବୁଲିବାକୁ ଆସନ୍ତି, କିନ୍ତୁ ରାତି ହେବା ପୂର୍ବରୁ ସେଠାରୁ ପଳାନ୍ତି। ରାତିରେ ସେଠାରେ ରହିବା ସମ୍ପୂର୍ଣ୍ଣ ନିଷେଧ। ସେଠାରୁ ରମେଶ୍ୱରର ଦୂରତା ପ୍ରାୟ ୧୫ କିମି ଏବଂ ସମଗ୍ର ଅଞ୍ଚଳ ନିଛାଟିଆ। ଏଭଳି ପରିସ୍ଥିତିରେ କେହି ଭୟବୀତ ହେବା ସ୍ବଭାବିକ।
ଏମିତି ନୁହେଁ ଯେ, ଏହି ଗାଁ ପ୍ରଥମରୁ ପରିତ୍ୟକ୍ତ। ପୂର୍ବରୁ ସେଠାରେ ଲୋକ ବାସ କରୁଥିଲେ। ସେତେବେଳେ ଧନୁଷକୋଡିରେ ରେଳ ଷ୍ଟେସନ ଠାରୁ ଆରମ୍ଭ କରି ହସ୍ପିଟାଲ, ଚର୍ଚ୍ଚ, ହୋଟେଲ ଏବଂ ଡାକଘର ସବୁକିଛି ଥିଲା। କିନ୍ତୁ ୧୯୬୪ ମସିହାରେ ଆସିଥିବା ଭୟଙ୍କର ଘୂର୍ଣ୍ଣିବଳୟରେ ସବୁକିଛି ନଷ୍ଟ କରିଦେଲା। କୁହାଯାଉଛି ଯେ, ଏହି ଘୂର୍ଣ୍ଣିବଳୟ ଯୋଗୁଁ ୧୦୦ରୁ ଅଧିକ ଯାତ୍ରୀଙ୍କ ସହ ଏକ ଟ୍ରେନ୍ ସମୁଦ୍ରରେ ବୁଡ଼ି ଯାଇଥିଲା। ସେବେଠାରୁ ଏହି ଅଞ୍ଚଳ ଜନଶୂନ୍ୟ ହୋଇଯାଇଛି।

ଶୁଣିବାକୁ ମିଳେ, ଧନୁଷକୋଡି ହେଉଛି ସେହି ସ୍ଥାନ, ଯେଉଁଠାରୁ ରାମ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଶ୍ୱାସ କରାଯାଏ ଯେ ଏହି ସ୍ଥାନରେ ସମୁଦ୍ର ମଧ୍ୟରେ ଏକ ସେତୁ ନିର୍ମାଣ କରିବାକୁ ଭଗବାନ ରାମ ଭକ୍ତ ହନୁମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରେ ସେତୁ ମାଧ୍ୟମରେ ବାନର ସେନା ଲଙ୍କାରେ ପ୍ରବେଶ କରିଥିଲେ। ଏହି ଗ୍ରାମରେ ଭଗବାନ ରାମଙ୍କ ସହ ଜଡିତ ଅନେକ ମନ୍ଦିର ଅଛି। ପରେ ଭଗବାନ ରାମ ବିଷ୍ଣୁଙ୍କ ଆଦେଶରେ ଧନୁର ଗୋଟିଏ ପ୍ରାନ୍ତରୁ ସେହି ସେତୁକୁ ଭାଙ୍ଗିଥିଲେ ବୋଲି ବିଶ୍ୱାସ କରାଯାଏ। ତେଣୁ ଏହି କାରଣରୁ ସ୍ଥାନର ନାମ ଧନୁଶକୋଡି ବୋଲି ରଖାଯାଇଛି।

ଏହି ଗ୍ରାମ ସହିତ ଏକ ଐତିହାସିକ ଘଟଣା ମଧ୍ୟ ଜଡିତ। ବାସ୍ତବରେ, ଯେବେ ସ୍ବାମୀ ବିବେକାନନ୍ଦ ୧୮୯୩ ମସିହାରେ ଆମେରିକାରେ ଆୟୋଜିତ ଧର୍ମ ସଂସଦରେ ଯୋଗଦେବାକୁ ଯିବା ସମୟରେ ସେ ପ୍ରଥମେ ଭାରତର ଧନୁଷକୋଡି ଅଭିମୁଖେ ଯାତ୍ରା କରିଥିଲେ। ପରେ ସେଠାରୁ ସେ ଶ୍ରୀଲଙ୍କାର କଲମ୍ବୋ ଦେଇ ଆମେରିକାରରେ ପହଞ୍ଚିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories