www.samajalive.in
Friday, December 5, 2025
20.1 C
Bhubaneswar

୮୦ ବର୍ଷ ବୟସରେ ବିଶ୍ଵର ୨ୟ ଧନୀ ହେଲେ ଏହି ବ୍ୟକ୍ତି

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ୨ୟ ଧନୀ ବ୍ୟକ୍ତି ତାଲିକାରେ ପରିବର୍ତ୍ତନ ହୋଇଛି। ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ଵର ୨ୟ ଧନୀ ବ୍ୟକ୍ତି ମାନ୍ୟତା ହରାଇଛନ୍ତି। ତାଙ୍କୁ ପଛରେ ପକାଇଛନ୍ତି ଓରାକଲର ପ୍ରତିଷ୍ଠାତା ଲାରି ଏଲିସନ। ଗତ ଗୁରୁବାର ୮୦ ବର୍ଷୀୟ ଏଲିସନଙ୍କ ସମ୍ପତ୍ତିରେ ହଠାତ ବୃଦ୍ଧି ଯୋଗୁ ସେ ବିଶ୍ଵର ୨ୟ ଧନୀ ବ୍ୟକ୍ତି ହୋଇଛନ୍ତି।

ଫୋର୍ବସ ରିପୋର୍ଟ ଅନୁସାରେ, ଗତ ୧୨ ତାରିଖରେ ଏଲିସନଙ୍କ ସମ୍ପତ୍ତି ହଠାତ ୨୬ ବିଲିଅନ ଡଲାର ବୃଦ୍ଧି ପାଇଥିଲା। ଯାହାଫଳରେ ତାଙ୍କ ସମ୍ପତ୍ତି ୨୪୩ ବିଲିଅନ ଡଲାରରେ ପହଞ୍ଚିଥିଲା। ଗତ ୨୪ ଘଣ୍ଟାରେ ତାଙ୍କ ସମ୍ପତ୍ତିର୍ର୍ରେ ୧୩ ବିଲିଅନ ଡଲାର ବୃଦ୍ଧି ପାଇଛି। ବର୍ତ୍ତମାନ ଏଲିସନଙ୍କ ମୋଟ ସମ୍ପତ୍ତି ୨୫୮.୮  ବିଲିଅନ ଡଲାର ରହିଛି।

- Advertisement -

ଅନ୍ୟପଟେ ମେଟା ସିଇଓ ମାର୍କ ଜୁକରବର୍ଗ ପୂର୍ବ ପରି ୩ୟ ସ୍ଥାନରେ ରହିଛନ୍ତି। ବେଜୋସ ୪ର୍ଥ ସ୍ଥାନକୁ ଖସିଯାଇଛନ୍ତି। ଜୁକରବର୍ଗଙ୍କ ସମ୍ପତ୍ତି ୨୩୫.୭ ବିଲିଅନ ଡଲାର ଥିବାବେଳେ ବେଜୋସଙ୍କ ସମ୍ପତ୍ତି ୨୨୬.୮ ବିଲିଅନ ଡଲାର ରହିଛି। ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଭାବେ ଏଲନ ମସ୍କ ୪୧୦.୮ ବିଲିଅନ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories