www.samajalive.in
Thursday, December 11, 2025
23.1 C
Bhubaneswar

ଲାରାଙ୍କୁ ପଛରେ ପକାଇଲେ ଗେଲ୍‌

ପ୍ରୋଭିଡେନ୍‌ସ : ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ଦିନିକିଆ ମ୍ୟାଚ୍‌ ଖେଳିବା କ୍ଷେତ୍ରରେ ମହାନ୍‌ ବ୍ୟାଟସମ୍ୟାନ୍‌ ବ୍ରାଏନ୍‌ ଲାରାଙ୍କୁ ପଛରେ ପକାଇଛନ୍ତି ବିସ୍ଫୋରକ ବ୍ୟାଟସମ୍ୟାନ୍‌ କ୍ରିସ୍‌ ଗେଲ୍‌।ଭ୍ରମଣକାରୀ ଭାରତ ବିପକ୍ଷରେ ଗତ ଗୁରୁବାର ୱେଷ୍ଟଇଣ୍ଡିଜ ଦଳ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳ ମାତ୍ର ୧୩ ଓଭର ବ୍ୟାଟିଂ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ତେବେ ଏହି ମ୍ୟାଚ୍‌ ଖେଳି ଗେଲ୍‌ ୱେଷ୍ଟଇଣ୍ଡିଜ ତରଫରୁ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିଥିବା କ୍ରିକେଟର୍‌ ହୋଇ ପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଲାରାଙ୍କ ନାମରେ ଥିଲା। ଲାରା ୱେଷ୍ଟଇଣ୍ଡିଜ ତରଫରୁ ୨୯୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ତେବେ ଗେଲ୍‌ ୨୯୬ଟି ଦିନିକିଆ ମ୍ୟାଚ୍‌ ଖେଳି ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଶିବନାରାୟଣ ଚନ୍ଦ୍ରପାଲ୍‌। ସେ ୨୬୮ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories