ଏଠି ଲ୍ୟାପଟପ୍ କିଲୋ ୭ ହଜାର ଟଙ୍କା

0

ଚୋରା ବଜାର ବିଶ୍ବର ଯେ କୌଣସି ପ୍ରାନ୍ତରେ ଖୋଜିଲେ ମିଳିଥାଏ। ଏଠାରେ କମ୍ ମୂଲ୍ୟରେ ଦାମୀ ମହଙ୍ଗା ଜିନିଷ ମିଳୁଥିବାରୁ ହିଁ ଗ୍ରାହକଙ୍କ ଭିଡ଼ ଜମେ। ଦିଲ୍ଲୀସ୍ଥିତ ଏକ ଚୋରା ଲ୍ୟାପଟପ୍ ବଜାରରେ କିଲୋ ପିଛା ଲ୍ୟାପଟପ ବିକ୍ରି ହେଉଥିବାର ପ୍ରକାଶ। ବିଭିନ୍ନ ନାମୀ କମ୍ପାନୀର ସେକେଣ୍ଡ ହ୍ୟାଣ୍ଡ୍ ଲ୍ୟାପଟପ୍ ଏହି ବଜାରରେ କିଲୋ ପିଛା ମାତ୍ର ୭ ହଜାରରୁ ୧୦ହଜାର ଟଙ୍କା ମଧ୍ୟରେ ମିଳେ। ବିଦେଶରୁ ଆସିଥିବା ପର୍ୟ୍ୟଟକ ମଧ୍ୟ ଏହି ବଜାରରୁ ଲ୍ୟାପଟପ୍ କିଣିଥାନ୍ତି। ସ୍ଥାନୀୟ ଅଞ୍ଚଳର ଲ୍ୟାପଟପ୍ ଦୋକାନୀ ରଜତ କପୁର କହିଛନ୍ତି, ରୀତିମତ ଏଠାରେ ଗ୍ରାହକଙ୍କ ଭିଡ଼ ଜମେ। କେତେକ କମ୍ପାନୀ ନିଜ କର୍ମଚାରୀଙ୍କ ନିମନ୍ତେ ଏହି ସ୍ଥାନରୁ ୫୦-୬୦ଟି ସେକେଣ୍ଡ ହ୍ୟାଣ୍ଡ୍ ଲ୍ୟାପଟପ୍ ନେଇଥାନ୍ତି। ସେମାନଙ୍କୁ ଅଧିକ ରିଆତି ଦରରେ ଲ୍ୟାପଟପ୍ ଯୋଗାଇଥାନ୍ତି ଦୋକାନୀ। ଯେ କୌଣସି ଗ୍ରାହକ ଲ୍ୟାପଟପ୍ କିଣିବା ପୂର୍ବରୁ ଦୋକାନୀ ସେମାନଙ୍କୁ ଭଲଭାବେ ଏହା ପରୀକ୍ଷା କରିନେବାକୁ ପରାମର୍ଶ ଦିଅନ୍ତି। କାରଣ ଥରେ କିଣିବା ପରେ ଅନ୍ୟ କୌଣସି ଅସୁବିଧା ହେଲେ ଦୋକାନୀ ଶୁଣନ୍ତି ନାହିଁ କିମ୍ବା ଲ୍ୟାପଟପ୍ ଫେରସ୍ତ କରନ୍ତିନାହିଁ। ନେହେରୁ ପ୍ଲେସ୍ ସ୍ଥିତ ଏହି ଲ୍ୟାପଟପ୍ ମାର୍କେଟରେ ଆପଲ୍ ଓ ସୋନି ଲ୍ୟାପଟପର ଚାହିଦା ସର୍ବାଧିକ ଥିବାର ଦୋକାନୀମାନେ ପ୍ରକାଶ କରିଛନ୍ତି।

Leave A Reply