www.samajalive.in
Sunday, December 14, 2025
26.1 C
Bhubaneswar

ଆନ୍ଧ୍ର ଜମି ମାଫିଆଙ୍କ ଜବରଦଖଲ ମାମଲା, ବାହାରିଲା ୧୧ ଏକରରୁ ଉର୍ଦ୍ଧ୍ବ ସରକାରୀ ଜମି

ଲାଞ୍ଜିଗଡ଼: ଲାଞ୍ଜିଗଡ ବାତେଲିମା ଗ୍ରାମପଞ୍ଚାୟତ ବୋରିଂପଦର ଗାଁରେ ଆଦିବାସୀଙ୍କ ଜମିକୁ ଜଣେ ଆନ୍ଧ୍ର ଚାଷୀ କବଜା କରିବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଲାଞ୍ଜିଗଡ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗାଙ୍କ ନିର୍ଦ୍ଦେଶ କ୍ରମେ ନଙ୍ଗଳବେଡା ରାଜସ୍ୱ ନିରୀକ୍ଷକ ସରୋଜ କୁମାର ସାହୁ ବୋରିଂପଦର ଯିବା ସହିତ ଆନ୍ଧ୍ର ଜମି ମାଫିଆଙ୍କ ରେକର୍ଡଭୁକ୍ତ ଜମି ଓ ସେ ଜବରଦଖଲ କରିଥିବା ଆଦିବାସୀଙ୍କ ଜମି ଓ ସରକାରୀ ତଥା ଗୋଚର ଜମି ଚିହ୍ନଟ କାମରେ ନିୟୋଜିତ ହୋଇଥିଲେ।

ପ୍ରାୟ ୬ ଘଣ୍ଟା କାଳ ଉକ୍ତ ଜମିକୁ ମାପିବା ପରେ ଆନ୍ଧ୍ର ଚାଷୀଙ୍କ ୩୦ ଏକର ୯ ଡିସମିଲ ରହିଥିବା ବେଳେ ସେ ଜବର ଦଖଲ କରିଥିବା ୧୧ ଏକରୁ ଉର୍ଦ୍ଧ୍ବ ଜମିକୁ ରାଜସ୍ୱ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ଏହି ୧୧ ଏକର ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ ଓ ବସ୍ତି ଯୋଗ୍ୟ ଜମି ବୋଲି ଚିହ୍ନଟ କରାଯାଇଛି। ଅଭିଯୋଗ କରିଥିବା ବୋରିଙ୍ଗପଦର ୪ ଜଣ ଆଦିବାସୀଙ୍କ ଗ୍ରାମ୍ୟ ଜଙ୍ଗଲ ଛାଡି ଅନ୍ୟ ଏକ ପ୍ଲଟରେ ୫୦ ଡିସମିଲ ଲେଖାଏଁ ଜମି ରହିଥିବା ଜଣା ପଡିଥିଲା। ଏଣୁ ରାଜସ୍ୱ ବିଭାଗ ତରଫରୁ ପାଖାପାଖି ୧୧ ଏକର ଜମି ଆନ୍ଧ୍ର ଚାଷୀର ଦଖଲରେ ରଖିଥିବା ଚିହ୍ନଟ ହେବା ପରେ ଅତିଶୀଘ୍ର ଜମି ଛାଡିବାକୁ ରାଜସ୍ୱ ବିଭାଗ ପକ୍ଷରୁ ନୋଟିସ ଦିଆଯିବ ବୋଲି ନଙ୍ଗଲବେଡା ଆରଆଇ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଜମି ମାପିବା ସମୟରେ ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତି ସଭ୍ୟ ଗୋବିନ୍ଦ ନାଏକ ସମେତ ବୁରିଙ୍ଗପଦର ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories