www.samajalive.in
Sunday, December 14, 2025
14.1 C
Bhubaneswar

ବ୍ଲକ ସ୍ତରୀୟ ମାଗଣା ମେଗା ସ୍ୱାସ୍ଥ୍ୟମେଳା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୁରୁଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୁଷ୍ମ।ନ ଭାରତ ବ୍ଲକ ସ୍ତରୀୟ ମାଗଣା ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଛନ୍ତି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ସରପଞ୍ଚ ଗୌତମ ବାର୍ଲି, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବ୍ଲକ ପ୍ରକଳ୍ପ ପରିଚାଳକ (ଓଏଲ ଏମ) କଳ୍ପତରୁ ବେହେରା, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ବି. ଏଲ. ଏନ. ରାଜୁ, ଭାରପ୍ରାପ୍ତ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ନଳିନୀ ବୈରାଗୀ, ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା ମଞ୍ଚାସୀନ ରହିଥିଲେ।

ବ୍ଲକର ୧୪ଟି ପଞ୍ଚାୟତରୁ ରୋଗୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ମେଳାରେ ୫୧୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି। ଏଥିରେ ୭ ଜଣଙ୍କୁ କରୋନା ଟୀକା, ୨୦ ଜଣଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଥିବା ବେଳେ ୯୮ ଜଣଙ୍କୁ ଆଖି ପରୀକ୍ଷା ଓ ୧୮୪ ଜଣଙ୍କ ଜ୍ଵର ପରୀକ୍ଷା କରାଯାଇଥିଲା। ୫୮ ଜଣଙ୍କର ମୋତିଆ ବିନ୍ଦୁ , ୩ ଜଣଙ୍କର ମ୍ୟାଲେରିଆ ହୋଇଥିବା ସୂଚନା ମିଳିଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories