www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ; ୨ ଗିରଫ

ଲାଞ୍ଜିଗଡ଼ :  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖାଇବାକୁ ଡାକି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାଟି ଘଟିଛି ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ଗାଁରେ । ମୃତକ ହେଲେ  ଭୁବନେ ପରାଭୋଇ(୩୬) । ଗତ ଶନିବାର ଦିନ ସନ୍ଧ୍ୟା ୭ ଟା ସମୟରେ ଶ୍ୟାମ ସୁନ୍ଦରପୁର ଗ୍ରାମର ଭୁବନେ ପରାଭୋଇଙ୍କୁ ନିଜ ପଡାର କଟି ପରାଭୋଇ ନିଜ ଘରକୁ ଖାଇବାକୁ ଡାକିଥିଲା। ଭୁବନେ ଆସି ଖାଉଥିବା ସମୟରେ କଟି ଓ ତାଙ୍କ ଘରକୁ ଆସିଥିବା ସୁନ୍ଦେରା ପରାଭୋଇ ଭୁବନେଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ପୂର୍ବରୁ ଲାଞ୍ଜିଗଡ଼ରେ ରହୁଥିବା ଭୁବନେର ମା ଇନ୍ଦା ପରାଭୋଇ ଓ ନାବାଳିକା ଝିଅଙ୍କୁ ଭୁବନେକୁ ହତ୍ୟା କରାଯାଇଥିବା ଖବର ପାଇଲା ପରେ ସକାଳେ ନିଜ ବନ୍ଧୁବାନ୍ଧବଙ୍କ ସହିତ ମା ଓ ଝିଅ ଶ୍ୟାମସୁନ୍ଦର ପୁରକୁ ଯାଇଥିଲେ। ଭୁବନେ ମୃତ ପଡିଥିବା ଦେଖି କାନ୍ଦବୋବାଳି କରିଥିଲେ।ଶେଷରେ ମା ରବିବାର ସନ୍ଧ୍ୟାରେ ବିଜେପୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଘଟଣାସ୍ଥଳରେ ଆଜି ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସଙ୍କ ନେତୃତ୍ୱରେ ପୁଲିସ ପହଞ୍ଚିବା ସହିତ ଛାନବିନ ଆରମ୍ଭ କରି ଶବ ଜବତ କରିଥିଲା।
ଏନେଇ ବିଜେପୁର ଥାନାରେ ୩୦୨ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ ଜଣାପଡିଛି । ଆଜି ପୁଲିସ ଶବ ଜବତ କରି ଲାଞ୍ଜିଗଡ଼ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories