www.samajalive.in
Friday, December 5, 2025
20.1 C
Bhubaneswar

ସ୍କୁଲ ମରାମତି ପାଇଁ ଶୁଣୁନି ପ୍ରଶାସନ, ବିପଦସଙ୍କୁଳ କୋଠାରେ ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ରାଜାପଡ଼ା ପ୍ରାଥମିକ ବିଦ୍ୟାଳୟଟି ବିପଦସଂକୁଳ ଅବସ୍ଥାରେ ରହିଛି। ୨୦୦୯ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୬୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ପାଠ ପଢାଇବା ପାଇଁ ଦୁଇ ଜଣ ଶିକ୍ଷକ ରହିଛନ୍ତି। ସ୍କୁଲରେ ଦୁଇଟି ଶ୍ରେଣୀଗୃହ, ଗୋଟିଏ ଅଫିସ ଗୃହ ରହିଥିବା ବେଳେ ସ୍କୁଲ କୋଠାରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବର୍ଷା ହେଲେ ଛାତରୁ ପାଣି ଝରୁଛି। ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖୁବାକୁ ମିଳିଛି। ବିପଦସଂକୁଳ କୋଠାରେ ପାଠପଢା ଚାଲିଛି। ସେହିପରି ଅଫିସ  ଗୃହର କାନ୍ଥ ଫାଟି ଯାଇଛି। କୌଣସି ମୁହୂର୍ତ୍ତରେ କୋଠା ଭାଙ୍ଗିଯିବାର ଆଶଙ୍କା ରହିଛି।
ରୋଷେଇ ଘର ନଥିବା ଯୋଗୁଁ ଶୌଚାଳୟ କାନ୍ଥରେ ପଲିଥିନ ଟାଣି ରୋଷେଇ ଚାଲିଛି।ସ୍କୁଲରେ ଅଧା ପାଚେରୀ ହୋଇଥିବା ବେଳେ ଗେଟ ମଧ୍ୟ ନାହିଁ।ସନ୍ଧ୍ୟାରେ ହେଲେ ବିଭିନ୍ନ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ହୋଇଛି।୨୦୦୯ ମସିହାରେ ସ୍କୁଲ ନିର୍ମାଣ ହୋଇ ୪ ବର୍ଷ ପରେ ନିମ୍ନମାନର କାମ ଯୋଗୁଁ କାନ୍ଥ ସବୁ ଫାଟି ଯାଉଥିଲା। ଏନେଇ ଶିକ୍ଷା ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଇଥିଲା।
୨୦୧୫ ମସିହା କେନ୍ଦ୍ରୀୟ ଦଳ ମଧ୍ୟ ପରିଦର୍ଶନରେ ଆସିଥିଲେ। ହେଲେ କିଛି ସୁଫଳ ମିଳିପାରି ନଥିଲା। ବର୍ତ୍ତମାନ ସ୍କୁଲର ମରାମତି କାମ ପଞ୍ଚାୟତ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗ ତଥା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ସ୍କୁଲ ପରିଚାଳନା କମିଟି ସଭାପତି ମଦନ ମୋହନ ପାତ୍ର, ସଦସ୍ୟ ନଳିନୀ ପାତ୍ର, ସନ୍ତୋଷିନୀ ମଲ୍ଲିକ, ଜନନା ଗଉଡ଼, ଜଳନ୍ଦର ନାଏକ, କାର୍ତ୍ତିକ ମାଝୀଙ୍କ ସମେତ ଅଭିଭାବକମାନେ ପ୍ରକାଶ କରିଛନ୍ତି ଏଥିପ୍ରତି ଜିଲ୍ଲାପାଳ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories