www.samajalive.in
Saturday, December 6, 2025
26.1 C
Bhubaneswar

ପାରିପାର୍ଶ୍ବିକ ସମସ୍ୟା ଏବଂ ଜୀବନ ଜୀବିକାକୁ ନେଇ ବେଦାନ୍ତକୁ ଦାବିପତ୍ର

ଲାଞ୍ଜିଗଡ : ଦୀର୍ଘ ଦୁଇ ଦଶନ୍ଧି ଧରି ବେଦାନ୍ତ ଲିମିଟେଡ଼ ଶିଳ୍ପ ପ୍ରତିଷ୍ଠା କରି କାର୍ଯ୍ୟ କରୁଛି। ଧୀରେ ଧୀରେ ଉକ୍ତ କମ୍ପାନୀ ତାର କାୟା ବିସ୍ତାର କରି ଉତ୍ପାଦନ କ୍ଷମତା ବୃଦ୍ଧି କରି ଆସୁଛି। କିନ୍ତୁ ପରିତାପର ବିଷୟ ଏହି କମ୍ପାନୀ ଅଞ୍ଚଳର ସମସ୍ୟା, ଠିକା କାର୍ଯ୍ୟ ଏବଂ ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯଦିଓ କମ୍ପାନୀ ଓଡ଼ିଶାର ଏହି ଦ୍ଵୈତ ଅନଗ୍ରସର ଜିଲାରେ ଅବସ୍ଥିତ, ହେଲେ ଏହାର ଉନ୍ନତି ପ୍ରତି ସମ୍ପୂର୍ଣ୍ଣ ଚକ୍ଷୁ ମୁଦ୍ରିତ କରିଦେଇଛି । ଓଡ଼ିଶାର ଅସ୍ମିତା କଥା ଭୁଲି ଯାଇ ବାହାର ରାଜ୍ୟର କମ୍ପାନୀକୁ ଠିକା ଏବଂ ନିଯୁକ୍ତି ଦେଇ କାୟା ବିସ୍ତାର କରିଛି। ଅଞ୍ଚଳର ଲୋକେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ପରିବେଶ କଥା ନ କହିବା ଭଲ। ଅଞ୍ଚଳରେ ଧୂଳି ଏବଂ ଜଳରେ ଏସିଡ୍ ମିଶିବା ଦ୍ବାରା ପ୍ରଦୂଷଣ ପାଇଁ ଘୋର ବିପରି ସୃଷ୍ଟି ହୋଇଛି। ଏହି ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୫ ଗୋଟି ଦାବି ରଖିଛନ୍ତି ଅଞ୍ଚଳବାସୀ। ଲାଞ୍ଜିଗଡ ଜଗନ୍ନାଥ ମନ୍ଦିର ପରିସର ରେ ବକେୟା କାର୍ଯ୍ୟ ସବୁ ତୁରନ୍ତ କରିବା।ବେଦାନ୍ତ କମ୍ପାନୀରେ ଲାଗୁଥିବା ସମସ୍ତ ଜାନ ବାହନ ପାଇଁ ଅଞ୍ଚଳବାସୀଙ୍କୁ ଅଗ୍ରାଧିକାର ଦେବା। ବେଦାନ୍ତ କମ୍ପାନୀ ତରଫରୁ କରାଯାଉଥିବା ପାରିପାର୍ସିକ ଉନ୍ନୟନମୂଳକ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ସଂପୂର୍ଣ୍ଣ ଭାବେ ପଥହରା ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟ କରିବା। ଅଞ୍ଚଳବାସୀଙ୍କୁ କୌଣସି ଠିକା କାମରେ ଅଗ୍ରାଧିକାର ଦେବା। ଓଡିଶା ବାହାରୁ ଆସିଥିବା ଠିକାଦାରଙ୍କୁ ଅପସାରଣ କରିବା।ବେଦାନ୍ତ କମ୍ପାନି ତରଫରୁ କରାଯାଉଥିବା ଜନସମ୍ପର୍କ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିବା। ବସନ୍ତପଢା, ବୁନ୍ଦେଲ, ସିନ୍ଧିବାହାଳି, କପାଗୁଡା, ଡେଙ୍ଗସର୍ଗୀ, କଂସାରି, ଏହି ଗାଁ ଗୁଡିକ ପ୍ରଦୂଷଣ ହେତୁ ଆଗାମୀ ଦିନରେ ମହାମାରୀର ରୂପ ନେବ ତେଣୁ ଏ ଗାଁ ଗୁଡିକ ତୁରନ୍ତ ବିସ୍ଥାପିତ କରିବା। ମୁନିଗୁଡା ଓ ବିଷମକଟକ ବ୍ଲକ ପେରିଫେରି କାର୍ଯ୍ୟକଳାପରେ ସାମିଲ କରିବା।ବେଦାନ୍ତ ଦଙ୍ଗାରେ ଯେଉଁମାନଙ୍କ ନାମରେ ମିଥ୍ୟା ମକଦ୍ଦମା କରି ଚାକିରିରୁ ବହିଷ୍କାର କରାଯାଇଥିଲା ସେମାନଙ୍କୁ ଚାକିରି ଦେବା।ବେଦାନ୍ତ ରେ ଆଦିବାସୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଧାନ୍ୟ ଦେବା। ଲାଞ୍ଜିଗଡ ଅଞ୍ଚଳର ପ୍ରତ୍ୟକ ଚାଷୀମାନଙ୍କୁ ଟେକନୋଲଜି ମାଧ୍ୟମରେ ଚାଷ ଉପକରଣ ଦେବା। ବେଦାନ୍ତ କମ୍ପାନୀ ତରଫରୁ ମାଲ୍ ପରିବହନ ପାଇଁ କନଭେୟର ବେଲ୍ଟ ମାଲ୍ ସ୍ଥାନାନ୍ତର ପାଇଁ ଯେଉଁ ନିଷ୍ପତି ନିଆଯାଉଛି ତାର ପ୍ରଭାବରେ ପ୍ରାୟ ୨ ହଜାର ଶ୍ରମିକ ଛଟେଇ ହେବାର ଆଶଙ୍କା ରହିଛି । ଏଣୁ ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରାଯାଉ। ଲାଞ୍ଜିଗଡର ଛତ୍ରପୁର ଛକଠାରେ ଡିଗ୍ରୀ କଲେଜ ସିଳାନ୍ୟାସର ଆଜକୁ ୧୫ ବର୍ଷ ହେବ ମହାବିଦ୍ୟାଳୟ ତିଆରି ହୋଇ ପରିଲାନାହିଁ । ଏଣୁ ଆମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଆବଶ୍ୟକତା ହେତୁ ମହାବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା। ବେଦାନ୍ତର ରେଡ଼ମଡ଼ ପଣ୍ଡ ଓ ଆସ୍ ପଣ୍ଡ ଦୁଇଟି ପାୱାର ପ୍ଲାଣ୍ଟର ବିଷାକ୍ତ ଧୂଆଁ ଯୋଗୁଁ ପରିବେଶ ଦୂଷିତ ହେଉଛି ବର୍ଭମାନ ବସନ୍ତପଡା ଗ୍ରାମର ନିରୀହ ଆଦିବାସୀ ଜନସାଧାରଣ ଲୋକଙ୍କୁ କିଛି ହାତ ଖର୍ଚ୍ଚ ପ୍ରତିମାସରେ ଦେଇ କରି ତାଙ୍କ ଜୀବନ ଜୀବିକା ଉପରେ ଖେଳ ଖେଳା ଯାଉଛି।
ଏଣୁ ବସନ୍ତପଢା, ବୁଣ୍ଡେଲ, ସିନ୍ଧବାହଳି, ବେଲମ୍ବା, ଗ୍ରାମକୁ ବିସ୍ଥାପିତ କରିବା,ବର୍ତ୍ତମାନ ପରିବେଶ ଦୂଷିତ ଯୋଗୁଁ, ବସନ୍ତପଡା, ସିନ୍ଧିବାହାଳି, କଂସାରି, ବେଲମ୍ବ ,ବନ୍ଧଗୁଡା, ବାଚେଲିମ, ଛତ୍ରପୁର, କେନ୍ଦୁଗୁଡା, ଚନାଲିମା, ବୁଣ୍ଡେଲ, ଜଗନ୍ନାଥପୁର, କେନ୍ଦୁବୋର୍ଡି, ଲାଞ୍ଜିଗଡ, ବଳଭଦ୍ରପୁର, ଏଭଳି ଅନେକ ଗ୍ରାମର ଲୋକମାନେ ଚର୍ମରଗୋ, ଟିବି, ମ୍ୟାଲେରିଆ, ଆରୋଗ, କାଛୁ, କୁଣ୍ଡିଆ, ଭଳି ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏହାର ତୁରନ୍ତ ସୁବ୍ୟବସ୍ଥା କରିବା।ଲାଞ୍ଜିଗଡ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଚାକିରି ଏବଂ ଠିକା କାର୍ଯ୍ୟ କ୍ଷେତ୍ରରେ ଅଗ୍ରାଧିକାର ଭିତିରେ ବେଦାନ୍ତ ପ୍ରକଳ୍ପଠାରେ ସ୍ଥାଇ ଏବଂ ଅସ୍ଥାୟୀ ନିଯୁକ୍ତି ଦେବା।ଲାଞ୍ଜିଗଡ ଅଞ୍ଚଳର ପାନୀୟ ଜଳ, ରାସ୍ତା ଘାଟ, ଗ୍ରାମଗୁଡିକରେ ଆଲୋକିକରଣ କରିବା ଭଳି ବିଭିନ୍ନ ଦାବି କରିଛନ୍ତି। ଏନେଇ  ୩ ଦିନ ଭିତରେ ଯଦି କୌଣସି ସନ୍ତୋଷ ଜନକ ପ୍ରତିଶ୍ରୁତି ନ ମିଳେ ତାହେଲେ ଅନ୍ଦୋଳନକୁ ଚୀବ୍ରତର ସହ ଅସହୋଯୋଗ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ଏନେଇ ଜିଲ୍ଲାପାଳ କଳାହାଣ୍ଡି, ଆରଡିସି ବ୍ରହ୍ମପୁର, ରାଜସ୍ୱ ମନ୍ତ୍ରୀ, ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ, ମାନବ ସମ୍ବଳ କମିଶନର, ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଛନ୍ତି। ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ସୁରେନ୍ଦ୍ର ପ୍ରତାପ ସିଂ ଦେଓ, ଶ୍ରୀଧର ପେଶନିଆ, ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ହେମନ୍ତ ନାଏକ ପ୍ରମୁଖ ବେଦାନ୍ତ କମ୍ପାନୀଙ୍କୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories